ପୋଲିସ ଓ ଗଣମାଧ୍ୟମ ମଧ୍ୟରେ କ୍ରିକେଟ ସିରିଜ ଆରମ୍ଭ, ପ୍ରଥମ ମ୍ୟାଚ୍‌ରେ ପୋଲିସ ଟିମ୍ ବିଜୟୀ

Published By : Prameya-News7 Bureau | May 20, 2022 IST

ଫୁଲବାଣୀ ୨୦।୦୫ : ପୋଲିସ ଓ ପ୍ରେସ୍‌ ମଧ୍ୟରେ ତିନିଦିନିଆ କ୍ରିକେଟ୍‌ ସିରିଜ୍‌ ଆରମ୍ଭ । ପ୍ରଥମ ଦିନରେ ପୋଲିସ ଟିମ୍‌ ୮ ଓ୍ୱିକେଟ୍‌ରେ ବିଜୟୀ ହୋଇଛି । ପୋଲିସ ଓ ଗଣମାଧ୍ୟମ ମଧ୍ୟରେ ସଭାବ ଓ ସୁସଂପର୍କ ବୃଦ୍ଧି କରିବାରେ  ଏହା ସହାୟକ ହେବ ବୋଲି ଆଶା କରାଯାଉଛି ।

ତେବେ ୧୫ ଓଭର ବିଶିଷ୍ଟ ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ପ୍ରେସ୍‌ କ୍ଲବ ବ୍ୟାଟିଂ କରିଥିଲା । ଦଳ ମୋଟ ୫୬ ରନ୍‌ ସଂଗ୍ରହ କରି ଅଲ୍‌ଆଉଟ୍‌ ହୋଇଯାଇଥିଲେ ।  ଟାର୍ଗେଟକୁ ପିଛା କରି ପୋଲିସ ଟିମ୍‌ ମାତ୍ର ୨ ଟି ଓ୍ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା । ପୋଲିସ ଆର୍‌ଆଇ ଧର୍ମେନ୍ଦ୍ର ପ୍ରଧାନ ଟିମ୍‌ର ନେତୃତ୍ୱ ନେଇ ନିଜେ ସୁନ୍ଦର ଭାବେ ଖେଳି ଟିମ୍‌କୁ ବିଜୟୀ କରାଇଥିଲେ ।

ସେପଟେ ଗଣମାଧ୍ୟମ ଟିମ୍‌ର ଅଧିନାୟକ ଶିବ ସୁନ୍ଦର ନାୟକ ଓ ଉପ-ଅଧିନାୟକ ବାଳକୃଷ୍ଣ ଚର୍ଚ୍ଚି ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ । କିନ୍ତୁ ଟିମ୍‌କୁ ବିଜୟୀ କରିବାରେ ବିଫଳ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ରମେଶ ପ୍ରଧାନ, ଶିବରାମ ନାୟକ, ଅଜିତ ମହାରଣା, ଜୟ ସେନ ପରିଡା, ବିକାଶ ମିଶ୍ର, ସୂର୍ଯ୍ୟ ବେହେରା, ରଂଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.