କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀରେ ହେବ ଲିଜେଣ୍ଡସ୍ କ୍ରିକେଟ ଲିଗ୍
24/08/2022 at 6:41 PM

କଟକ, ୨୪/୮: ବାରବାଟୀରେ ହେବ ଲିଜେଣ୍ଡସ୍ ଲିଗ୍ କ୍ରିକେଟ । ସେପଟେମ୍ବର ୧୬ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏହି ଲିଗ୍ ଅନୁଷ୍ଠିତ ହେବ । ଏହି ଲିଗ୍ରେ ବାରବାଟୀରେ ତିନୋଟି ମ୍ୟାଚ୍ ଖେଳାଯିବ । ସେପଟେମ୍ବର ୨୭ରୁ ୩୦ ମଧ୍ୟରେ ବାରବାଟୀ ମ୍ୟାଚ ହେବ । ଚାରୋଟି ଟିମ୍ ଲିଜେଣ୍ଡସ୍ ଲିଗ କ୍ରିକେଟରେ ଭାଗ ନେବେ । ଆଇପିଏଲ ଢାଞ୍ଚାରେ ହେବ ଲିଗ୍। ଅବସର ନେଇଥିବା ବହୁ ଅନ୍ତର୍ଜାତୀୟ କ୍ରିକେଟର ଏଥିରେ ଭାଗ ନେବେ। କୋଲକାତା, କଟକ, ଲକ୍ଷ୍ନୌ, ଦିଲ୍ଲୀ, ଯୋଧପୁର, ରାଜକୋଟ ଭଳି ଛଅଟି ସହରରେ ମ୍ୟାଚ ହେବ। ସୌରଭ ଗାଙ୍ଗୁଲୀ, କ୍ରିସ ଗେଲ, ସେନ୍ ୱାଟସନ, ସନତ ଜୟସୂରିୟା, ବିରେନ୍ଦ୍ର ସେହେୱାଗ, ୟୁସୁଫ ପଠାନ, ଇର୍ଫାନ ପଠାନ, ହରଭଜନ ସିଂହ ଭଳି ୬୦ ରୁ ଅଧିକ ଅନ୍ତର୍ଜାତୀୟ ଖେଳାଳୀ ଏଥିରେ ଭାଗ ନେବେ ବୋଲି ଜଣାପଡ଼ିଛି ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023