‘ଆଜି କ୍ରିକେଟର ନୁହେଁ, ହୋଇଥାନ୍ତି ମତ୍ସ୍ୟଜୀବି’- ଗାଭାସ୍କାର
22/07/2023 at 2:29 PM

ନୂଆଦିଲ୍ଲୀ ୨୨।୦୭: ଭାରତର ଚର୍ଚ୍ଚିତ କ୍ରିକେଟର । ଜନ୍ମ ହେବା ମାତ୍ରେ ହିଁ ପରିବାର ଠାରୁ ହୋଇଯାଇଥିଲେ ଅଲଗା । ଏମିତିକି ଯଦି ତାଙ୍କ ଦାଦା ତାଙ୍କୁ ଚିହ୍ନି ନଥାନ୍ତେ, ତେବେ ସେ କ୍ରିକେଟର ନୁହଁନ୍ତି, ହୋଇଥାନ୍ତେ ମତ୍ସ୍ୟଜୀବି । ଆମେ କହୁଛୁ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ୍ ଗାଭାସ୍କାରଙ୍କ କଥା । ଯେତେବେଳେ କ୍ରିକେଟ୍ ଇତିହାସରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଆଲୋଚନା ହୁଏ, ସେତେବେଳେ ଯୋଡି ହୋଇଥାଏ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ନାଁ । କିନ୍ତୁ ଜାଣନ୍ତି କି ସେ ପିଲାଦିନେ ତାଙ୍କ ମା ଠାରୁ ଅଲଗା ହୋଇଥିଲେ ? ଆଉ ତାଙ୍କ ଦାଦାଙ୍କ ଯୋଗୁଁ ହିଁ ସେ ହୋଇପାରିଛନ୍ତି ବଡ କ୍ରିକେଟର । ନଚେତ୍ ସେ ହୋଇଥାନ୍ତେ ଜଣେ ମତ୍ସ୍ୟଜୀବୀ ।

ବାସ୍ତବରେ ତାଙ୍କର ପିଲାବେଳର ଏହି କାହାଣୀକୁ ନିଜ ପୁସ୍ତକ ‘ସନି ଡେ’ରେ ପ୍ରକାଶ କରିଥିଲେ ଗାଭାସ୍କର । ପୁସ୍ତକ ଅନୁଯାୟୀ, ଯଦି ଦାଦା ନାରାୟଣ ମାସୁରକର ଜନ୍ମ ସମୟରେ ତାଙ୍କୁ ଦେଖି ନଥାନ୍ତେ ତେବେ ସେ ମତ୍ସଜୀବିଙ୍କ ଘରେ ବଢିଥାନ୍ତେ । ପୁସ୍ତକରେ ସେ କହିଛନ୍ତି କି ଯେତେବେଳେ ଜନ୍ମ ହୋଇଥିଲେ ପୂରା ପରିବାର ତାଙ୍କୁ ଦେଖିବା ପାଇଁ ହସ୍ପିଟାଲ ଆସିଥିଲେ । ତାଙ୍କ ସହିତ ତାଙ୍କ ଦାଦା ମଧ୍ୟ ଆସିଥିଲେ । ଆଉ ସେତେବେଳେ ଗାଭାସ୍କରଙ୍କ କାନରେ ଥିବା ଏକ ଚିହ୍ନ ଦେଖିଥିଲେ ଦାଦା । କିନ୍ତୁ ପରଦିନ ଦାଦା ଡାକ୍ତରଖାନାରେ ପହଞ୍ଚି ଶିଶୁଟିକୁ ଉଠାଇବା ବେଳେ ସେହି ଚିହ୍ନ ଦେଖିନଖିଲେ ।

ଏହା ପରେ ସେ ଡାକ୍ତରଖାନା କର୍ମଚାରୀମାନଙ୍କୁ ପିଲାମାନଙ୍କୁ ଯାଞ୍ଚ କରିବାକୁ କହିଥିଲେ । ପ୍ରଥମେ ଡାକ୍ତରଖାନାର ବିଶେଷଜ୍ଞମାନେ ଏହା ଏକ ଭୁଲ ବୁଝାମଣା ବୋଲି କହିଥିଲେ । କିନ୍ତୁ ଦାଦା କହିଥିଲେ କି ସେ ତାଙ୍କ ପୁତୁରାର କାନରେ ଏକ ଚିହ୍ନ ଦେଖିଥିଲେ । ଏହାପରେ ସମସ୍ତ ପିଲାଙ୍କୁ ଡାକ୍ତରଖାନାରେ ଯାଞ୍ଚ କରାଯାଇଥିଲା । ଆଉ କୁନି ଗାଭାସ୍କର ଜଣେ ମତ୍ସ୍ୟଜୀବୀଙ୍କ ମା ପାଖରେ ଥିବା ଦେଖିଥିଲେ । ନର୍ସଙ୍କ ଭୁଲ ହେତୁ ମତ୍ସ୍ୟଜୀବୀଙ୍କ ମାଙ୍କ ପାଖରେ ସେ ପହଞ୍ଚିଯାଇଥିଲେ । ଆଉ ଏହାପରେ ଗାଭାସ୍କରଙ୍କୁ ଆଣିଥିଲେ ଦାଦା । ଏନେଇ ଗାଭାସ୍କର କହିଛନ୍ତି କି ଯଦି ମୋର ଦାଦା ସେଦିନ ମୋର ଚିହ୍ନ ଦେଖିନଥାନ୍ତେ, ବୋଧହୁଏ ଆଜି ମତ୍ସ୍ୟଜୀବୀ ହୋଇଥା’ନ୍ତି ମୁଁ ।

ଯଦି ଗାଭାସ୍କରଙ୍କ କ୍ରିକେଟ କ୍ୟାରିୟର କଥା କହିବାକୁ ଗଲେ ସେ ଅନ୍ତର୍ଜାତୀୟ କ୍ୟାରିୟରରେ ୧୨୫ ଟି ଟେଷ୍ଟ ଏବଂ ୧୦୮ଟି ODI ଖେଳିଛନ୍ତି । ଗାଭାସ୍କର ୧୯୭୧ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ଏବଂ ୧୯୮୭ରେ ଖେଳିଥିଲେ ତାଙ୍କର ଶେଷ ମ୍ୟାଚ୍ ।
You Can Read: