ଆଇପିଏଲ ୨୦୨୩; ୫ ଖେଳାଳି ଦେବେ ଫାଇନାଲ ପଞ୍ଚ, ଦୁଇ ବୋଲର ସିକନ୍ଦର, ଗିଲ୍‌ଙ୍କ ଉପରେ ସମସ୍ତଙ୍କ ନଜର

Published By : Prameya-News7 Bureau | May 28, 2023 IST

ଅହମ୍ମଦାବାଦ ୨୮/୦୫: ୫୮ ଦିନର ଯାତ୍ରା ଓ ୭୩ ମ୍ୟାଚ୍ ପରେ ଆଇପିଏଲ ସେହି ସ୍ଥାନରେ ପହଞ୍ଚିଛି, ଯେଉଁ ସ୍ଥାନରୁ ଆରମ୍ଭ ହୋଇଥିଲା । ଫାଇନାଲ ମ୍ୟାଚ ସେହି ଦୁଇ ଟିମ୍ ମଧ୍ୟରେ ହେବ, ଯେଉଁ ଦଳ ଉଦଘାଟନୀ ମ୍ୟାଚ ଖେଳିଥିଲେ । ରବିବାର ଅହମ୍ମଦାବାଦର ନରେନ୍ଦ୍ର ମେଦି ଷ୍ଟାଡିୟମରେ ଆଇପିଏଲ ଟଇଟଲ ଟକ୍କର ହେବ । ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ଓ ୪ ଥର ବିଜେତା ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଲଢେଇ ହେବ ।

wp:embed {"url":"https://www.prameyanews7.com/ipl-2023-final-gt-vs-csk-who-will-be-win/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ipl-2023-final-gt-vs-csk-who-will-be-win/
/wp:embed

ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ମାହୀ-ଆଣ୍ଡ-କୋ। ସେପଟେ ହାର୍ଦ୍ଦି ପାଣ୍ଡ୍ୟାଙ୍କ ନେତୃତ୍ବରେ ଖେଳୁଥିବା ଗୁଜରାଟ ଟାଇଟନ୍ସ କ୍ବାଳିଫାୟର-୧ ଚେନ୍ନାଇ ଠାରୁ ପରାସ୍ତ ହେବାର କ୍ଷତକୁ ଏପର୍ଯ୍ୟନ୍ତ ଭୁଲି ପାରିନାହିଁ । ତେବେ ଆଜି ସଂଧ୍ୟାରେ ଆଇପିଏଲ ମହା-ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ବୋଲି କୁହାଯାଉଛି । ଚଳିତ ସିଜିନରେ ଉଭୟ ଦଳ ମଧ୍ୟରେ ହୋଇଥିବା ଗତ ଦୁଇ ମ୍ୟାଚ ଉପରେ ନଜର ପକାଇଲେ, ଫିନାଲେ  ମ୍ୟାଚରେ ୫ ବୋଲିରଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ ଖେଳା ଯାଇଥିବା ମ୍ୟାଚରେ ପାଓ୍ବାର ପ୍ଲେରେ ମୋଟ୍ ୨୬ଟି ଓ୍ବିକେଟ୍ ପଡ଼ିଛି । ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପାଖରେ ସନ୍ତୁଳିତ ଦଳ ରହିଛି । ପାଓ୍ବାର ପ୍ଲେରେ ଓ୍ବିକେଟ୍ ଖସାଇବା ପାଇଁ ମହମ୍ମଦ ସାମି ପ୍ରସ୍ତୁତ ହୋଇଥିବା ବେଳେ ସିଏସକେ ପାଖରେ ଦୀପକ ଚହର ରହିଛନ୍ତି । ଏହି ଦୁଇ ବୋଲିର ନୂଆ ବଲରେ ବ୍ୟାଟର ପାଇଁ ବିପଦଜନକ ସାବ୍ୟସ୍ତ ହେବେ । ବିଶେଷ କରି ଶୁବମନ ଗିଲଙ୍କୁ ପଡ଼ିଆ ଚୁପ୍ ରଖିବାକୁ ଚେନ୍ନାଇ ବୋଲର ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । କାରଣ ଚଳିତ ସିଜିନ୍ ଗିଲ୍ ଟପ୍ ଫର୍ମରେ ରହିଛନ୍ତି ।  ଗିଲ୍‌ଙ୍କ ବଳରେ ଗୁଜରାଟ ଆଇପିଏଲ ଫାଇନାଲରେ ପହଞ୍ଚିଛି । ମୋଟ୍ ୧୬ଟି ମ୍ୟାଚ ଖେଳି ଶୁବମନ ୮୫୧ ରନ ସଂଗ୍ରହ କରିଛନ୍ତି । ଏଥିରେ ୩ଟି ଶତକ ରହିଛି । ସେହିପରି ମହମ୍ମଦ ସାମି ୧୬ଟି ମ୍ୟାଚରୁ ସର୍ବାଧିକ ୨୮ଟି ଓ୍ବିକେଟ୍ ନେଇଛନ୍ତି । ତାଙ୍କ ପଛରେ ରହିଛନ୍ତି ରସିଦ୍ ଖାନ୍ ୧୬ଟି ମ୍ୟାଚରୁ ୨୭ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।  

wp:embed {"url":"https://www.prameyanews7.com/ipl-2023-prize-money-winner-team-20-crore/","type":"wp-embed","providerNameSlug":"prameya-news-7"}
https://www.prameyanews7.com/ipl-2023-prize-money-winner-team-20-crore/
/wp:embed

ସେହିପରି ପାଓ୍ବାର ପ୍ଲେରେ ଧୋନିଙ୍କ ବିଶ୍ବାସ ଜିତିଛନ୍ତି ଦୀପକ ଚହର । ଚଳିତ ସିଜିନରେ ପାଓ୍ବାରରେ ୧୭ଟି ପାଇଛନ୍ତି । ଅନ୍ୟପଟେ ବ୍ୟାଟିଂରେ ଜବରଦସ୍ତ ଫର୍ମରେ ରହିଛନ୍ତି ଋତୁରାଜା ଗାଇକ୍ବାଡ୍ ଓ ଡେଭିଡ୍ କନଓ୍ବେ । ଦୁଇ ବ୍ୟାଟର ୫୫ ପ୍ରତିଶତ ହାରରେ ୭୭୫ ରନ୍ ଯୋଡ଼ିଛନ୍ତି । ଚେନ୍ନାଇର ମୋଟର ୪୫ ପ୍ରତିଶତ ରନ୍ ଏହି ଦୁଇ ବ୍ୟାଟର ସଂଗ୍ରହ କରିଛନ୍ତି । ଏହି ଯୋଡିରୁ ଗୁଜରାଟ ଶୀଘ୍ର ଭାଙ୍ଗି ଦେଲେ ବ୍ୟାକଫୁଟ୍ ଆସିଯିବ ଟିମ୍ ।  

ଗୁଜରାଟର ଡାହାଣ ହାତି ବ୍ୟାଟର ବାମ ହାତି ବୋଲର ସାମ୍ନାରେ ସାମାନ୍ୟ ବ୍ୟାକଫୁଟରେ ରହିଛନ୍ତି ।  ବାମହାତି ସ୍ପିନ୍ ବୋଲର ଗୁଜରାଟର ୧୦ଟି ଓ୍ବିକେଟ୍ ଖସାଇଛନ୍ତି । ସିଏସକେ ବିରୋଧରେ ପ୍ରଥମ କ୍ବାଲିଫାୟରରେ ରବିନ୍ଦ୍ର ଜାଡେଜା ଟାଇଟନ୍ସ ବ୍ୟାଟରଙ୍କ ଉପରେ ଭାରି ପଡ଼ିଥିଲେ । ମ୍ୟାଚରେ ଗୋଟିଏ ଓଭରରେ ୨ଟି ଓ୍ବିକେଟ୍ ଖସାଇ ଗୁଜରାଟ ଅଣ୍ଟା ଭାଙ୍ଗି ଦେଇଥିଲେ । ଜାଡେଜା ଚଳିତ ସିଜିନରେ ୭.୪ ଇକୋନୋମିରେ ୧୯ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।

wp:embed {"url":"https://www.prameyanews7.com/kapil-dev-says-he-doesnt-consider-gill-a-player-of-the-caliber-of-sachin-kohli/","type":"wp-embed","providerNameSlug":"prameya-news-7"}
https://www.prameyanews7.com/kapil-dev-says-he-doesnt-consider-gill-a-player-of-the-caliber-of-sachin-kohli/
/wp:embed

ସେହିପରି ମିଡିଲ୍ ଓଭରରେ ଗୁଜରାଟର ମୋହିତ ଶର୍ମା ଓ ଚେନ୍ନାଇର ମଥିଶା ମଧ୍ୟରେ ଟକ୍କର ହେବ । ଗତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ମୋହିତ ଶର୍ମା ୫ଟି ଓ୍ବିକେଟ୍ ନେଇଥିଲେ । ଫାଇନାଲରେ ନିଜ ପୁରୁଣା ଟିମ୍ ବିରୋଧରେ ଜଲଓ୍ବା ଦେଖାଇବେ । ଅନ୍ୟପଟେ ମଥିଶା ମଧ୍ୟରେ ମିଡିଲ୍ ଓଭରରେ ଚେନ୍ନାଇ ପାଇଁ ସଫଳ ସାବ୍ୟସ୍ତ ହୋଇଛନ୍ତି । ମୋହିତ ଶର୍ମାରେ ୨୪ଟି ଓ୍ବିକେଟେ ନେଇଥିବା ବେଳେ ମଥିଶା ପଥିରାନା ୧୧ଟି ମ୍ୟାଚରୁ ୧୭ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.