ଗୋଟିଏ ମ୍ୟାଚରୁ କେତେ ରୋଜଗାର କରନ୍ତି କମେଣ୍ଟେଟର୍ସ ? ଦରମା ଦୃଷ୍ଟିରୁ ରୋହିତ-ବିରାଟଙ୍କୁ ଦେଇଥାନ୍ତି ଟକ୍କର...

Published By : Prameya-News7 Bureau | September 19, 2024 IST

ନୂଆଦିଲ୍ଲୀ ୧୯।୦୯: ଟିମ୍ ଇଣ୍ଡିଆ ପ୍ଲେୟର । ବିସିସିଆଇରୁ ଦରମା ଭାବେ କରିଥାନ୍ତି ମୋଟା ଅଙ୍କର ରୋଜଗାର । ଏହାସହିତ ସେମାନେ ଆଇପିଏଲ ଏବଂ ଘରୋଇ କ୍ରିକେଟରୁ ମଧ୍ୟ ଭଲ ରୋଜଗାର କରିଥାନ୍ତି । ଯାହା ପ୍ରାୟତଃ ସାମ୍ନାକୁ ଆସିଥାଏ । କିନ୍ତୁ କେବେ ଚିନ୍ତା କରିଛନ୍ତି କି କ୍ରିକେଟ କମେଣ୍ଟେଟର୍ସଙ୍କ ବିଷୟରେ, ଏମାନେ କେତେ ପାଇଥାନ୍ତି ଦରମା ? 

ବାସ୍ତବରେ କ୍ରିକେଟ ଜଗତରେ କମେଣ୍ଟେଟର୍ସଙ୍କର ରହିଥାଏ ବେଶ୍ ଗୁରୁତ୍ବ । କିନ୍ତୁ ଏମାନଙ୍କ ଦରମା ବିଷୟରେ ବହୁତ କ୍ବଚିତ୍ ଶୁଣିବାକୁ ମିଳିଥାଏ । ଦରମାକୁ ନେଇ ନିକଟରେ ଆକାଶ ଚୋପ୍ରା କହିଛନ୍ତି । ସେ କହିଛନ୍ତି ଯେ କମେଣ୍ଟେଟର୍ସମାନେ ଗୋଟିଏ ମ୍ୟାଚ୍ ପାଇଁ ଚାର୍ଜ କରିଥାନ୍ତି ପ୍ରାୟ ୧୦ ଲକ୍ଷ ଟଙ୍କା । ଯଦି କମେଣ୍ଟେଟର୍ସଙ୍କ ବାର୍ଷିକ ଆୟ ବିଷୟରେ କହିବା ତେବେ ସେମାନେ ବହୁତ ଭଲ ଦରମା ପାଇଥାନ୍ତି । ରେଗୁଲାର କମେଣ୍ଟେଟର୍ସ ବାର୍ଷିକ ପ୍ରାୟ ୧୦ କୋଟି ଟଙ୍କା ରୋଜଗାର କରନ୍ତି । 

କମେଣ୍ଟେଟର୍ସଙ୍କୁ ଦରମା ବ୍ୟତୀତ ଅନ୍ୟ ଉପାୟରେ ଟଙ୍କା ରୋଜଗାର କରନ୍ତି । ରବି ଶାସ୍ତ୍ରୀ, ଆକାଶ ଚୋପ୍ରା ଏବଂ ଇରଫାନ ପଠାନଙ୍କ ପରି ପୂର୍ବତନ କ୍ରିକେଟର କମେଣ୍ଟେଟର୍ସ ଅଛନ୍ତି ।   ଏମାନେ ସୋସିଆଲ ମିଡିଆରୁ ମଧ୍ୟ ମୋଟା ଅଙ୍କର ରୋଜଗାର କରନ୍ତି । ଟିମ୍ ଇଣ୍ଡିଆର ଅନେକ ପୂର୍ବତନ କ୍ରିକେଟର ବିଜ୍ଞାପନ କିମ୍ବା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ରୋଜଗାର କରନ୍ତି ଏବଂ କମେଣ୍ଟ୍ରି କରିଥାନ୍ତି । ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ସୁନୀଲ ଗାଭାସ୍କର, ସୁରେଶ ରାଇନା ଏବଂ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ କମେଣ୍ଟ୍ରି ବକ୍ସରେ ଦେଖିବାକୁ ମିଳିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.