ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

କ୍ରିକେଟ୍‌ ମ୍ୟାଚ୍‌ରେ ନିଆରା ଦୃଶ୍ୟ, ହିନ୍ଦୀରେ ନୁହେଁ ସଂସ୍କୃତରେ ଚାଲିଛି କମେଣ୍ଟ୍ରି

3/10/2022 at 2:55 PM

ନୂଆଦିଲ୍ଲୀ ୦୩।୧୦ : ହିନ୍ଦୀରେ ନୁହେଁ ସଂସ୍କୃତରେ ଚାଲିଛି କ୍ରିକେଟ୍‌ ମ୍ୟାଚ୍‌ କମେଣ୍ଟ୍ରି । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି । ଦୁଇ ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ଢେର୍‌ ସାରା ଲୋକ ଦେଖିସାରିଲେଣି ଏବଂ ମଜାଲିଆ କମେଣ୍ଟ ମଧ୍ୟ ଦେଉଛନ୍ତି ।

ଖବର ଅନୁଯାୟୀ, ଏକ ଗଳିରେ କ୍ରିକେଟ୍‌ ମ୍ୟାଚ୍‌ ଚାଲିଛି । ସାହିପଡୋଶୀର ପିଲାମାନେ ସାଥୀ ହୋଇ ମ୍ୟାଚ୍‌ ଖେଳୁଛନ୍ତି । କିନ୍ତୁ ଏହି ମ୍ୟାଚ୍‌ରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି । ମ୍ୟାଚ୍‌ ଚାଲିଥିବା ବେଳେ ପ୍ରାୟତଃ ହିନ୍ଦୀ କିମ୍ବା ଇଂରାଜୀରେ କମେଣ୍ଟ୍ରି ହୋଇଥାଏ । କିନ୍ତୁ ଏଠାରେ ଜଣେ ବାଳକ ପୁରା ସଂସ୍କୃତ ଭାଷାରେ କମେଣ୍ଟ୍ରି କରୁଛନ୍ତି । ଯାହାକି ବେଶ୍‌ ମଜାଦାର ଥିଲା ଶୁଣିବାକୁ ।

ତେବେ ଗୋଟିଏ ପଟେ ମ୍ୟାଚ୍‌ ଚାଲିଥିବା ବେଳେ ଖେଳୁଥିବା ବାଳକଟି ହିଁ କମେଣ୍ଟ୍ରି କରୁଛି । ପୁରା ପ୍ରାଞ୍ଜଳ ଭାବେ ସଂସ୍କୃତ ଭାଷାରେ କମେଣ୍ଟ୍ରି କରିପାରୁଛି । ଯାହାର ଭିଡିଓ ଏକ ଜାତୀୟ ଗଣମାଧ୍ୟମ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏହାପରଠାରୁ ସେହି ଭିଡିଓଟି ବେଶ୍‌ ଭାଇରାଲ ହେବାରେ ଲାଗିଛି ।

   Related Posts