krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିରାଟଙ୍କୁ ସରପ୍ରାଇଜ୍‌ ଗିଫ୍ଟ ଦେବ CAB, ୭୦ ହଜାର ଦର୍ଶକଙ୍କୁ ବଣ୍ଟାଯିବ ‘କୋହଲି ମାସ୍କ’

31/10/2023 at 1:02 PM

କୋଲକାତା ୩୦।୧୦ : ଆଇସିସି ବିଶ୍ୱକପ୍‌ ୨୦୨୩ । ଆସନ୍ତା ୫ ତାରିଖରେ କୋଲକାତାରେ ଖେଳାଯିବ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ । ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଦୁଇ ଟପ୍‌ ଟିମ୍‌ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଜୋରଦାର ଲଢେଇ । ନଭେମ୍ବର ୫ ତାରିଖରେ କିଙ୍ଗ କୋହଲିଙ୍କ ଜନ୍ମଦିନ । ତେଣୁ ଏହି ଦିନ ପାଇଁ କିଛି ସ୍ପେଶାଲ ପ୍ଲାନ୍‌ କରିଛି ବେଙ୍ଗଲ କ୍ରିକେଟ୍ ଆସୋସିଏସନ (ସିଏବି)।

ଖବର ଅନୁଯାୟୀ, ନଭେମ୍ବର ୫ରେ ବିରାଟ କୋହଲିଙ୍କ ପୁରୁବ ୩୪ ବର୍ଷ । ଆଉ ୩୫ ବର୍ଷ ବୟସରେ ଦେବେ ପାଦ । ଏହି ଦିନ ଇଡେନ୍‌ ଗାର୍ଡେନ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ । ତେଣୁ ଏହି ଦିନ ବିରାଟ କୋହଲିଙ୍କ ଜନ୍ମ ଦିନ ପଡୁଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ସିଏବି । ସେହି ଦିନ ମ୍ୟାଚ୍‌ ପୂର୍ବରୁ କେଟ୍‌ କଟାଯିବା ସହ ୭୦,୦୦୦  ଦର୍ଶକଙ୍କୁ ‘କୋହଲି ମାସ୍କ’ ପ୍ରଦାନ କରାଯିବ ବୋଲି  ସଭାପତି ସ୍ନେହାଶିଷ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଙ୍ଗ୍‌ କୋହଲିଙ୍କ  ଜନ୍ମଦିନ ପାଳିବା ପାଇଁ ସିଏବି ବିଶେଷ ଭାବେ ପ୍ରସ୍ତୁତି କରିଛି । ମ୍ୟାଚ୍‌ ପୂର୍ବରୁ ପ୍ରଥମେ କେକ୍‌  କଟାଯିବ । ଆମେ ଆଇସିସି ନିକଟରୁ ଏନେଇ  ଅନୁମତି ପାଇବୁ ବୋଲି ଆଶା କରୁଛୁ ।  ଏହାପରେ କୋହଲିଙ୍କୁ ସମ୍ବର୍ଦ୍ଧିତ କରାଯିବା  ସହ ଏକ ମେମେଣ୍ଟୋ ପ୍ରଦାନ କରାଯିବ ।  ଷ୍ଟାଡିୟମରେ ୭୦,୦୦୦ ଦର୍ଶକଙ୍କୁ ‘କୋହଲି  ମାସ୍କ’ ବଣ୍ଟାଯିବ । ସିଏବି ଚାହୁଁଛି ଯେ, କୋହଲି ଯେତେବେଳେ ପଡ଼ିଆକୁ ପ୍ରବେଶ କରିବେ । ସେତବେଳେ ଦର୍ଶକମାନେ  ଏହି ମାସ୍କ ପିନ୍ଧି ତାଙ୍କୁ ସ୍ୱାଗତ କରିବେ ।’

ସୂଚନାଯୋଗ୍ୟ, କିମ୍ବଦନ୍ତୀ ବ୍ୟାଟର  ସଚିନ ତେନ୍ଦୁଲକର ୨୦୧୩ରେ ଇଡେନ୍‌ରେ  କ୍ୟାରିୟରର ୧୯୯ତମ ଟେଷ୍ଟ ଖେଳିଥିଲେ ।  ଏହି ମ୍ୟାଚ୍‌ରେ ସିଏବି ତାଙ୍କୁ ଉତ୍ସାହିତ କରିବା  ପାଇଁ ଦର୍ଶକଙ୍କୁ ‘ସଚିନ ମାସ୍କ’ ବଣ୍ଟନ କରିଥିଲା । ବିଶ୍ୱକପ୍‌ର ସପ୍ତମ ରାଉଣ୍ଡ୍‌ ମୁକାବିଲାରେ ଭାରତ  ଓ ଦକ୍ଷିଣ ଆଫ୍ରିକା ସାମ୍ନାସାମ୍ନି ହେବେ । ଏହି ମ୍ୟାଚ୍‌ର  ସମସ୍ତ ଟିକେଟ୍‌ ବହୁ ପୂର୍ବରୁ ବିକ୍ରି ହୋଇସାରିଛି । ବିଶ୍ୱକପ୍‌ର ସପ୍ତମ ରାଉଣ୍ଡ୍‌ ମୁକାବିଲାରେ ଭାରତ ଓ ଦକ୍ଷିଣ ଆଫ୍ରିକା ସାମ୍ନାସାମ୍ନି ହେବେ । ଏହି ମ୍ୟାଚ୍‌ର  ସମସ୍ତ ଟିକେଟ୍‌ ବହୁ ପୂର୍ବରୁ ବିକ୍ରି ହୋଇସାରିଛି । ତେଣୁ ଷ୍ଟାଡିୟମ ହାଉସ୍‌ଫୁଲ୍‌ ହେବା ନିଶ୍ଚିତ ।

   Related Posts