vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପାଟନାରୁ ଉଡ଼ାଣ ଭରିବା ସମୟରେ ସ୍ପାଇସ୍‌ ଜେଟ୍‌ ଲାଗିଲା ନିଆଁ; ଜରୁରି ଅବତରଣ କଲା ବିମାନ, ଦେଖନ୍ତୁ ଭିଡିଓ

19/06/2022 at 4:54 PM

ପାଟନା ୧୯/୦୪ : ବିହାରର ରାଜଧାନୀ ପାଟନାର ବିମାନ ବନ୍ଦରରୁ ଦିଲ୍ଲୀକୁ ଉଡ଼ାଣ ଭରୁଥିବା ସ୍ପାଇସ୍‌ ଜେଟ୍‌ରେ ଅଚାନକ ନିଆଁ ଲାଗିଯାଇଥିଲା। ବିମାରେ ନିଆଁ ଲାଗିବା ମାତ୍ରେ ହଟଚମଟ ସୃଷ୍ଟି ହୋଇଥିଲା। ପରେ ତୁରନ୍ତ ବିମାନକୁ ଲେଣ୍ଡିଙ୍ଗ କରାଯାଇଥିଲା ଓ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାରକୁ ଅଣା ଯାଇଥିଲା। ପରେ ବିମାନର ନିଆଁକୁ ଆୟତ୍ତ କରାଯାଇଥିଲା। ଘଟଣା ସମୟର ଗୋଟିଏ ଦୁଇଟି ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଆକାଶରେ ବିମାନରେ ନିଆଁ ଲାଗିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓକୁ ସ୍ଥାନୀୟ ଲୋକମାନେ ତାଙ୍କ ଘର ଛାତ ଉପରୁ ବନାଇଛନ୍ତି । ତାହେଲେ ଦେଖନ୍ତୁ ଭିଡିଓ…        

ଉଲ୍ଲେଖଯୋଗ୍ୟଯେ, ରବିବାର ପାଟନାରୁ ଦିଲ୍ଲୀକୁ ଉଡ଼ାଣ ଭରୁଥିବା ସ୍ପାଇସ ଜେଟ୍‌ ବିମାନର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ଯେପରି ନିଆଁ ଲାଗିବା ବିଷୟରେ ଜଣାପଡ଼ିଥିଲା ସେତେବେଳେ ବିମାନକୁ ସୁରକ୍ଷିତ ଭାବେ ପାଟନା ଏୟାର୍‌ ପୋର୍ଟରେ ଲେଣ୍ଡିଙ୍ଗ କରାଯାଇଥିଲା। ବିମାନରେ ଥିବା ୧୮୫ ଯାତ୍ରୀଙ୍କୁ ବାହାର କରିବା ପରେ ନିଆଁକୁ ଲିଭା ଯାଇଥିଲା।    

ଉଡ଼ାଣ ଭରିବାର କିଛି ସମୟ ପରେ କମ୍‌ ଉଚ୍ଚତାରେ ପକ୍ଷୀ ସହିତ ଧକ୍କା ହେବାରୁ ବିମାନରେ ନିଆଁ ଲାଗିଯାଇଥିଲା ବୋଲି କୁହାଯାଇଛି। ଏହା ଦ୍ୱାରା ବିମାନର ବାମ ପାଖ ଇଞ୍ଜୀନରେ ୩ଟି ବ୍ଲେଡ୍‌ ଭାଙ୍ଗି ଯାଇଛି। ବର୍ଡ୍‌ର ଅଧିକ ଉତ୍ତାପ ପାଇଁ ଏପରି ହେଇଥିବା ସ୍ପାଇସ୍‌ ଜେଟ୍‌ ଆନୁଷ୍ଠାନିକ ଭାବେ କହିଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ତରଫରୁ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି।    

   Related Posts