suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗିରଫ ହେଲେ ‘କ୍ରୀଡ୍‌’ ଷ୍ଟାର ଜୋନାଥନ ମେଜର୍ସ, ନିର୍ଯାତନା ଅଭିଯୋଗ ଆଣିଲେ ପ୍ରେମିକା

26/03/2023 at 12:02 PM

ମୁମ୍ଵାଇ ୨୬।୦୩: ଆମେରିକୀୟ ଅଭିନେତା ଜୋନାଥନ୍ ମେଜର୍ସ ଅଡୁଆରେ ପଡିଛନ୍ତି। କିଛି ଦିନ ପୂର୍ବ ତାଙ୍କୁ ଗିରଫ କରାଯାଇଛି। ‘କ୍ରିଡ୍ ୩’, ‘ଡିବୋଶନ’, ‘ଲୋକି’, ‘ଲଭ କଣ୍ଟ୍ରି ‘ ଭଳି ଚଳଚ୍ଚିତ୍ରରେ କାମ କରିଥିବା ଜୋନାଥନ୍ ମେଜର୍ସଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ୨୫ ମାର୍ଚ୍ଚ ୨୦୨୩ରେ ତାଙ୍କୁ ନା ନା ନିର୍ଯ୍ୟାତନା ଅଭିଯୋଗରେ ଗିରଫ କରାଯାଇଥିଲା। ଏହି ଅଭିଯୋଗ ଆଉ କେହି ନୁହେଁ ପ୍ରେମିକା ହିଁ କରିଛନ୍ତି । ଏହି କଥା ସାମ୍ନାକୁ ଆସିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ରିପୋର୍ଟ ଅନୁଯାୟୀ, ଶନିବାର ଦିନ ଜୋନାଥନଙ୍କୁ ଗିରଫ କରାଯାଇଥିଲା। ୯୧୧ କଲ୍ ଉପରେ ଆଲର୍ଟ ପାଇବା ପରେ ପୋଲିସ ଏହି ପଦକ୍ଷେପ ନେଇଥିଲା। ଅଧିକାରୀ କହିଛନ୍ତି ଯେ ୩୦ ବର୍ଷ ବୟସ୍କା ମହିଳାଙ୍କ ମୁଣ୍ଡ ଏବଂ ବେକରେ ଆଘାତ ଲାଗିଛି। ମହିଳା ଜଣକ ତାଙ୍କୁ ଆକ୍ରମଣ କରିଥିବା ପୋଲିସ କହିଛି। ବର୍ତ୍ତମାନ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ରିପୋର୍ଟରେ ପୋଲିସ କହିଛି ଯେ ଜୋନାଥନଙ୍କ ଗର୍ଲଫ୍ରେଣ୍ଡ ଏକ ବିବୃତ୍ତି ଦେଇଛନ୍ତି ଯେ ବ୍ରୁକଲିନର ଏକ ବାରରୁ ଘରକୁ ଫେରୁଥିବା ସମୟରେ ଟ୍ୟାକ୍ସିରେ ଯୁକ୍ତିତର୍କ ହୋଇଥିଲା। ମହିଳାଙ୍କ ମୁଣ୍ଡ ଓ ପିଠିରେ କିଛି ଆଘାତ ଲାଗିଛି। ମୁହଁରେ ମଧ୍ୟ କିଛି ଚିହ୍ନ ଅଛି ।

NYPD ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି, “ମହିଳା ଜଣକ ପୋକିସ୍‌ ସୂଚନା ଦେଇଛନ୍ତି କି ତାଙ୍କୁ ଆକ୍ରମଣ କରିଥିଲେ। ଅଧିକାରୀମାନେ ୩୩ ବର୍ଷିୟ ଜୋନାଥନଙ୍କୁ ଗିରଫ କରିଥିଲେ। ପୀଡିତାଙ୍କ ମୁଣ୍ଡ ଓ ବେକରେ ଆଘାତ ଲାଗିଥିଲା ​​ଏବଂ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେମାନଙ୍କ ମଧ୍ୟରେ ଝଗଡା ହେବାର କାରଣ ଜୋନାଥନ ଅନ୍ୟ ଏକ ଝିଅକୁ ମେସେଜ କରୁଥିବାର ଦେଖିଦେଇଥିଲେ। ଏହି କାରଣରୁ ଜୋନାଥନ ରାଗିଗଲେ ଏବଂ ପରେ ସେମାନେ ଝଗଡା ଆରମ୍ଭ ହୋଇଥିଲା।  ବର୍ତ୍ତମାନ ଜୋନାଥନ ଜେଲରେ ଅଛନ୍ତି ଏବଂ ପୋଲିସ କହିଛି ଯେ ସେମାନେଙ୍କ ପାଖରେ ଯଥେଷ୍ଟ ପ୍ରମାଣ ଅଛି ।

   Related Posts