LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

କ୍ରେଡିଟ୍ ସ୍ୱିସ୍‌କୁ UBS ଅଧିଗ୍ରହଣ ପରେ ୧୭ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ବଣ୍ଡ ହୋଇଗଲା ବେକାର

21/03/2023 at 4:54 PM

ନୂଆଦିଲ୍ଲୀ ୨୧।୩: କ୍ରେଡିଟ୍ ସ୍ୱିସ୍‌ ବ୍ୟାଙ୍କ ଅଧିଗ୍ରହଣ ଲାଗି ୟୁବିଏସ୍ ଗ୍ରୁପ ଏଜିଙ୍କ ଦ୍ୱାରା ଅଧିଗ୍ରହଣ ଘୋଷଣା ପରେ କ୍ରେଡିଟ୍ ସ୍ୱିସ୍ ଦ୍ୱାରା ଜାରି ୧୭.୩ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ବଣ୍ଡ ରାତାରାତ ବେକାର ହୋଇଯାଇଛି। ଟେକ୍ ଓଭର ଡିଲ ଅନୁସାରେ କୋର କ୍ୟାପିଟାଲ ବଢାଇବା ପାଇଁ ୟୁବିଏସ୍ ବ୍ୟାଙ୍କର ଆଡିସନାଲ ଟିୟର-୧(ଏଟି୧) ବଣ୍ଡର ରାଇଟ୍ ଡାଉନ କରିବେ। ପ୍ରାୟତଃ ବିପଦପୂର୍ଣ୍ଣ ନିବେଶ ଭାବେ ବିବେଚନା କରାଯାଉଥିବା ଏହି ବଣ୍ଡ ଗୁଡିକୁ ସ୍ୱିସ୍‌ ନିୟାମକ ଏଫଆଇଏନଏମଏ ଏବେ ଶୂନ୍ୟ ଲେଖାଯିବ ବୋଲି କହିଛନ୍ତି।   

ତେବେ ଏହି ନିଷ୍ପତ୍ତି ବଣ୍ଡଧାରୀଙ୍କୁ ଅସନ୍ତୁଷ୍ଟ କରିଛି। କାରଣ ସେମାନେ ଏବେ ସେମାନଙ୍କ ନିବେଶ ହରାଇବେ ଯେତେବେଳେ  ଅଂସଧାରକଙ୍କୁ ଏବେବି ଅଧିଗ୍ରହଣ ଅଂଶ ସ୍ୱରୂପ ସେମାନଙ୍କ ନିବେଶ ଫେରିପାଇବାର ଆଶା ରହୁଛି। ଏଟି-୧ ବଣ୍ଡ ଗୁଡିକ ମୁଖ୍ୟତଃ ବିଫଳ ବ୍ୟାଙ୍କମାନଙ୍କ କ୍ଷତି ଭରଣା ପାଇଁ ସୃଷ୍ଟି କରାଯାଇଥାଏ। ଯାହା ଦ୍ୱାରା ଟିକସ ଦାତାଙ୍କ ଅନୁଦାନ ପ୍ରାପ୍ତ ବେଲଆଉଟ୍ ସମ୍ଭାବନା ହ୍ରାସ ହୋଇଥାଏ। ଯେହେତୁ ଏଟି-୧ ବଣ୍ଡ ଗୁଡିକ ଅନ୍ୟ ବଣ୍ଡ ଅପେକ୍ଷା ଅଧିକ ରିଟର୍ଣ୍ଣ ପ୍ରଦାନ କରିଥାନ୍ତି ଏଣୁ ଆନୁଷ୍ଠାନିକ ନିବେଶ ଏଥିପ୍ରତି ବିଶେଷ ଆଗ୍ରହୀ ହୋଇଥାନ୍ତି।

ତେବେ ଉପୁଜିଥିବା ପରିସ୍ଥିତିରେ ବିଶେଷଜ୍ଞ ଏହାକୁ ୨୦୦୮ ବୈଶ୍ୱିକ ଆର୍ଥିକ ସଂକଟ ପରେ ଏଟି-୧ ନିବେଶକଙ୍କ ଲାଗି ଏହା ସବୁଠୁ ବଡ଼ କ୍ଷତି ବୋଲି କହୁଛନ୍ତି। ଏଣୁ ଇୟୁରୋପରେ ଏବେ ଏଟି-୧ ବଣ୍ଡଧାରୀ କ୍ରେଡିଟ ସ୍ୱିଟ୍‌ ଘଟଣା ପରେ ସେମାନଙ୍କ ନିବେଶକୁ ନେଇ ଚିନ୍ତାରେ ପଡିଛନ୍ତି। ଏଥିରେ ଅନେକ ନିବେଶକ ଯଦି ଆଗକୁ ଆହୁରି ବ୍ୟାଙ୍କ ଧରାଶାୟୀ ହୁଅନ୍ତି ତେବେ ସମାନଙ୍କ ହୋଲ୍ଡିଂସ୍ ସମାପ୍ତ ହୋଇଯାଇପାରେ ବୋଲି ଆତଙ୍କିତ ହୋଇପଡିଛନ୍ତି। ବର୍ତ୍ତମାନର ବଜାର ପରିଦୃଶ୍ୟରେ ଯାହାର ଅଧିକ ସମ୍ଭାବନା ମଧ୍ୟ ରହୁଛି।

ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ (ଏସ୍ଏନବି) ରବିବାର ୟୁବିଏସ୍ ସମୂହ  ୩.୨୫ ବିଲିୟନ ଡଲାର ମୂଲ୍ୟରେ କ୍ରିଡିଟ୍ ସ୍ୱିସ୍‌କୁ କ୍ରୟ କରିବା ଲାଗି ସହମତ ହୋଇଥିବା ଘୋଷଣା କରିଥିଲେ। କ୍ରେଡିଟ୍ ସ୍ୱିସ୍‌ରେ ଉପୁଜିଥିବା ପରିସ୍ଥିତି ଯୋଗୁ ଆର୍ଥକ ସଂକଟ ଯେପରି ଦେଶ ଓ ବାହାରକୁ ନ ଯାଏ ସେଥି ଲାଗି ୟୁବିଏସ୍ ଏହି ପଦକ୍ଷେପ ନେଇଥିବା ଏସ୍ଏନବି କହିଥିଲେ। ୟୁବିଏସ୍ ଭଳି କ୍ରେଡିଟ୍ ସ୍ୱିସ୍‌ ମଧ୍ୟ ବିଶ୍ୱରେ ୩୦ ଗୁରୁତ୍ୱପୂର୍ଣ୍ଣ ବ୍ୟାଙ୍କ ମଧ୍ୟରେ ଅନ୍ୟତମ ଥିଲା। ଏଣୁ ବ୍ୟାଙ୍କ ବିଶ୍ୱ ଆର୍ଥିକ ବ୍ୟବସ୍ଥା ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା କେବଳ ଅନୁମାନ କରାଯାଇପାରେ।

   Related Posts