ଭାଏଗ୍ରା ମିଶିଥିବା ପାଣି ପିଇ ମେଣ୍ଢାଙ୍କର ହେଲା ଏହି ଅବସ୍ଥା – ସପ୍ତାହେ ପର୍ଯ୍ୟନ୍ତ ନାକେଦମ୍ କଲେ

Published By : Prameya-News7 Bureau | December 11, 2019 IST

ଲଣ୍ଡନ୧୧/୧୨:  ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଭଳି ଘଟଣା କେବେ ଦେଖିବାକୁ ମିଳି ନ ଥିଲା। ପ୍ରଥମଥର ପାଇଁ ଲଣ୍ଡନରେ ଏଭଳି ବିଚିତ୍ର ଘଟଣା ଘଟିଛି। ଏକ ସପ୍ତାହ ପର୍ଯ୍ୟନ୍ତ ଶହ ଶହ ମେଣ୍ଢା ନିଜର ନିୟନ୍ତ୍ରଣ ହରାଇ ବସିଥିଲେ। ଦି କ୍ୱିଣ୍ଟରେ ବାହାରିଥିବା ଏକ ଖବର ଅନୁଯାୟୀ ଲଣ୍ଡନର ଦକ୍ଷିଣ ଆର୍ୟଲାଣ୍ଡର ରିଙ୍ଗ୍‌ସ୍କିଡିରେ ମେଣ୍ଢାମାନେ ପାଣି ପିଇବା ପରେ ସେମାନଙ୍କର ଏଭଳି ଅବସ୍ଥା ହୋଇଥିଲେ। ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ ଏହି ମେଣ୍ଢାମାନେ ଯେଉଁଠି ପାଣି ପିଇଥିଲେ ସେହି ସ୍ଥାନରେ ଏକ ଔଷଧ କମ୍ପାନୀ ରହିଛି। ଅଦରକାରୀ ଔଷଧକୁ ଏହି ସ୍ଥାନରେ ପିଙ୍ଗି ଦିଆଯାଉଥିଲା। ଏହି ପାଣିରେ ଏକ ଟନ୍ ଭାଏଗ୍ରା( Viagra) ଔଷଧକୁ ଏହି ପାଣିରେ ପିଙ୍ଗି ଦିଆଯାଇଥିଲା।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ମେଣ୍ଢାମାନେ ଏକ ଟନ୍ ଭାଏଗ୍ରା ମିଶା ପାଣିକୁ ପିଇ ଥିଲେ। ଏହା ପରେ ମେଣ୍ଢାମାନେ ଅଜବ ପ୍ରକାର ହରକତ ଆରମ୍ଭ କରି ଦେଇଥିଲେ। ଏଥିସହ ମେଣ୍ଢାମାନଙ୍କ ଶରୀର ରକ୍ତ ସଂଞ୍ଚାଳନ ପ୍ରକ୍ରିୟା ଦ୍ରୁତଗତିରେ ବଢ଼ି ଯାଇଥିଲା। ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ମେଣ୍ଢାମାନଙ୍କ  ପ୍ରଜନନ କ୍ଷମତା ବୃଦ୍ଧି ପାଇଥିଲା । ସହବାସ ପାଇଁ ମେଣ୍ଢାମାନେ  ଉତ୍ସୁକତା ଦେଖାଇଥିବା ଏହି ଖବରରେ ସୂଚନା ଦିଆଯାଇଛି । ପରେ ଏହାର କାରଣ   ଖୋଜା ଯାଇଥିଲା । ଔଷଧ  ପ୍ରସ୍ତୁତ କରୁଥିବା କମ୍ପାନୀ ଭାଏଗ୍ରା ଓ ତାହାର କେତକ ଉତ୍ପାଦ ନଷ୍ଟ ହୋଇଯାଇଥିବାରୁ ବାହାରେ ଫିଙ୍ଗି ଦେଇଥିଲେ । ସେଠାରେ ଥିବା ଜଳ ସୋତ୍ରରେ ଏହା ମିଶିଥିଲା । ଫଳରେ ସେହି ପାଣି ପିଇ ମେଣ୍ଢାମାନେ ଏପରି ବ୍ୟବହାର ଦେଖାଇଥିବା ଜଣା ପଡିଥିଲା ।

ମେଣ୍ଢାମାନଙ୍କ ପରୀକ୍ଷା ପରେ ପରବର୍ତ୍ତୀ ସମୟରେ ମେଣ୍ଢାମାନେ ଭାଏଗ୍ରା ମିଶା ପାଣିଥିବା ଜଣାପଡ଼ିଥିଲା। ଏହି ପାଣି ପିଇବା ଦ୍ବାରା ଶହ ଶହ ମେଣ୍ଢାମାନେ ଅସୁସ୍ଥ ହୋଇ ଯାଇଥିଲେ। ଏହା ଏକ ବିଚିତ୍ର ଘଟଣା। ଏହି ଘଟଣା ସଂପର୍କରେ ଏକ ଜାତୀୟ ଗଣମାଧ୍ୟମରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.