ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ ଓ ଜଣେ ଗୁରୁତର

Published By : Prameya-News7 Bureau | October 21, 2022 IST

ପାଲଲହଡା ୨୧/୧୦: ବାଣ ଭିଡୁଥିବା ବେଳେ ଅଘଟଣ । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହେବା ସହ ଆଉ ଜଣେ ଗୁରୁତର ହୋଇଛନ୍ତି । ଏମିତିକି ଘରର ଛାତ ବି ଉଡିଯାଇଛି । ଏଭଳି ଘଟଣା ଘଟିଛି ପାଲଲହଡା ବ୍ଲକ ଖମାର ଥାନା ଇଞ୍ଜିଡ଼ି ପଂଚାୟତ ସାଆନ୍ଦା ଗ୍ରାମରେ ।

ସକାଳ ୯ଟା ସମୟରେ ନିଜ ଘରେ ବାଣ ଭିଡୁଥିବା ସମୟରେ ସାଅନ୍ଦା ଗ୍ରାମର ୪୫ ବର୍ଷୀୟ ତ୍ରିପୁର ବେହେରାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ତ୍ରିପୁରଙ୍କ ସ୍ତ୍ରୀ ଗୁରୁତର ଥିବାରୁ ତାକୁ ତୁରନ୍ତ ଖମାର ମେଡିକାଲକୁ ନିଆଯାଇଥିଲା । ସେଠାରୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖମାର ପୋଲିସ ଘଟଣାର ତଦନ୍ତ କରି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପାଲଲହଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.