ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆନ୍ଦୋଳନ ସରିବା ପରେ SKMରେ ଫାଟ! ଯୋଗେନ୍ଦ୍ର ଯାଦବଙ୍କୁ ଆରଏସଏସ୍ ଏଜେଣ୍ଟ କହିଲେ କୃଷକ ନେତା

17/12/2021 at 9:52 PM

ନୂଆଦିଲ୍ଲୀ ୧୭।୧୨:  କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଦୀର୍ଘ ୧ ବର୍ଷ ଧରି ଦିଲ୍ଲୀ ସୀମାକୁ ଘେରି ଚାଲିଥିବା ଚାଷୀ ଆନ୍ଦୋଳନ ସମାପ୍ତ ହୋଇଛି। ମିଳିତ କୃଷକ ମଞ୍ଚ(ଏସକେଏମ) ବ୍ୟାନରରେ ଏହି ଦୀର୍ଘଆନ୍ଦୋଳନ ସରିବା ପରେ ଏବେ ସଙ୍ଗଠନରେ ଫାଟ ଦେଖା ଦେଇଛି। ଆନ୍ଦୋଳନରେ ନେତୃତ୍ୱ ନେଇଥିବା କୃଷକ ନେତାମାନେ ଏବେ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଅଭିଯୋଗ ଆଣୁଥିବା ବେଳେ ରାଜନୀତି କରିବେନି ବୋଲି କହୁଥିବା ନେତାଙ୍କ ରାଜନୈତିକ ଆଗ୍ରହ ବି ଜଣାପଡିଲାଣି। 

ବିଧାନସଭା ନିର୍ବାଚନ ଲଢିବା ଲାଗି କୃଷକ ନେତାଙ୍କ ଆଗ୍ରହ ମଧ୍ୟ ଏବେ ଖୋଲାଖୋଲି ସାମ୍ନାକୁ ଆସିବାକୁ ଲାଗିଲାଣି। ଦୀର୍ଘ କୃଷକ ଆନ୍ଦୋଳନରୁ ରାଜନୀତି ରୁଟି ସେକିବାକୁ ଅନେକ ନେତା ଲାଳାୟିତ ଥିବା ଧିରେ ଧିରେ ଜଣାଗଲାଣି। କିର୍ତ୍ତି କୃଷକ ୟନିୟନ ନେତା ରାଜେନ୍ଦ୍ର ଦୀପ ଯୋଗେନ୍ଦ୍ର ଯାଦବଙ୍କୁ ଆରଏସଏସ ଏଜେଣ୍ଟ ବୋଲି କହିଛନ୍ତି। ଏକ ପଞ୍ଜାବୀ ଚାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି ଅଭିଯୋଗ କରିଛନ୍ତି।

ସେହିପରି ଆନ୍ଦୋଳନର ନେତୃତ୍ୱ ନେଇଥିବା କୃଷକ ନେତାମାନଙ୍କର ରାଜନୀତି ପ୍ରତି କୌଣସି ଆଗ୍ରହ ନଥିବା କଥା ଆନ୍ଦୋଳନ ବେଳେ କହୁଥିଲେ। ହେଲେ ବିଧାନସଭା ନିର୍ବାଚନରେ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱୀତା ଆଗ୍ରହ ଏବେ ଗୋଷ୍ଠୀରେ ଫାଟ ପକାଇଛି। ଏହି କୃଷକ ଆନ୍ଦୋଳନ ଜାତୀୟ ରୂପ ଧାରଣ କରିଥିଲା। ଏଥିରେ ଦେଶର ୩୨ଟି କୃଷକ ସଙ୍ଗଠନ ଯୋଗ ଦେଇଥିବା ବେଳେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶର ୩୨ଟି କୃଷକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ। ଏଥିରୁ ୨୨ଟିର ନେତା ଏବା ନିର୍ବାଚନ ଲଢିବାକୁ ଆଗ୍ରହୀ ଥିବା ଜଣାପଡିଛି।

ଏଥିରୁ ଏସକେଏମ ଏବେ ନେତାଙ୍କ ଏପରି ଆଗ୍ରହ ଲାଗି ପୃଥକ ରାଜନୈତିକ ଦଳ ଗଢିବା ଦରକାର କି ପାରମ୍ପରିକ ରାଜନୈତିକ ଦଳରେ ଏମାନେ ସାମିଲ ହୋଇ ନିର୍ବାଚନ ଲଢି ପାରିବେ ସେ ବାବଦେ ନିଷ୍ପତ୍ତି ମଧ୍ୟ ନେଇ ପାରୁନାହାନ୍ତି। ତେବେ ଏସକେଏମକୁ ବାହାରୁ ସମର୍ଥନ କରୁଥିବା କୃଷକ ନେତା ଯୋଗେନ୍ଦ୍ର ସିଂହ ଉଗରାହାଁ କୃଷକ ଆନ୍ଦୋଳନରୁ ରାଜନୀତି କରିବାକୁ ଯାଉଥିବା  ନେତାଙ୍କୁ ବିରୋଧ କରିବେ ବୋଲି ସଫା ସଫା ଶୁଣେଇଦେଇଛନ୍ତି।

   Related Posts