ବଜ୍ରପାତରେ ଫାଟିଲା ଜଗନ୍ନାଥ ମନ୍ଦିର, ବିଭିନ୍ନ ସ୍ଥାନରେ ଫାଟ

Published By : Prameya-News7 Bureau | July 25, 2023 IST

ସୁବର୍ଣ୍ଣପୁର ୨୫।୭: ବଜ୍ରପାତରେ ଫାଟିଲା ଜଗନ୍ନାଥ ମନ୍ଦିର । ଏଭଳି ଅଭାବନୀୟ ଘଟଣା ଘଟିଛି  ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ସିଣ୍ଢୋଲ ଜଗନ୍ନାଥ ମନ୍ଦିରରେ  । ମନ୍ଦିରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖାଦେଇଛି । ଗାଁରେ ହଠାତ ବର୍ଷା ସହିତ ଘଡଘଡି ହୋଇଥିଲା । ସେହି ସମୟରେ ସିଣ୍ଢୋଲ ଗାଁରେ ବଜ୍ରପାତ ଘଟିଥିଲା । ଫଳରେ ଜଗନ୍ନାଥ ମନ୍ଦିରରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ କ୍ଷତିଗ୍ରସ୍ତ ହୋଇଛି l

ସେହି ସମୟରେ ମନ୍ଦିର ଆଖପାଖରେ ଅନେକ ଲୋକ ଥିବାବେଳେ ବଜ୍ରପାତରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ତେବେ ପ୍ରଶାସନ ପକ୍ଷରୁ ମନ୍ଦିର ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।

You Can Read :

wp:embed {"url":"https://www.prameyanews7.com/umber-of-dengue-patients-is-less-compared-to-last-year/","type":"wp-embed","providerNameSlug":"prameya-news-7"}
https://www.prameyanews7.com/umber-of-dengue-patients-is-less-compared-to-last-year/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.