ପାଗଳ ପ୍ରେମିକର ଉନ୍ମତ କାଣ୍ଡ, କୁରାଢି ଆକ୍ରମଣରେ ପ୍ରେମିକାର ବାପା, ମା ମୃତ, ଭଉଣୀ ଗୁରୁତର
30/08/2018 at 2:33 PM

ପାଗଳ ପ୍ରେମିକର ଉନ୍ମତ କାଣ୍ଡ। ପ୍ରେମିକର କୁରାଢି ଆକ୍ରମଣରେ ପ୍ରେମିକାର ବାପା, ମା ମୃତ, ଭଉଣୀ ଗୁରୁତର । ଭଦ୍ରକ ଚାନ୍ଦବାଲି ଥାନା ମାଳବାଡ଼ ଗାଁର ଘଟଣା । ଦୁଇ ଜଣ ମୃତକ ହେଉଛନ୍ତି ସୁଧାକର ବିଶ୍ୱାଳ ଏବଂ ତାଙ୍କ ସ୍ତ୍ରୀ ସରସ୍ୱତୀ ବିଶ୍ୱାଳ । ଗୁରୁତର ହେଉଛନ୍ତି ମୃତ ସୁଧାକରଙ୍କ ଝିଅ ରଞ୍ଜିତା ବିଶ୍ୱାଳ । ଆଭିଯୁକ୍ତ ଜଣକ ହେଲେ ତ୍ରିଲୋଚନ ସେନାପତୀ । ତ୍ରିଲୋଚନଙ୍କ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଚାନ୍ଦବାଲି ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।