ତିଗିରିଆ ପୋଲିସକୁ ବଡ଼ ସଫଳତା, ବିପୁଳ ପରିମାଣର ବେଆଇନ ବାଣ ଜବତ

Published By : Prameya-News7 Bureau | October 18, 2022 IST

ଆଠଗଡ଼୧୮/୧୦: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ । ସେଥିପାଇଁ ବେଆଇନ ବାଣ ଚାଲାଣ ରୋକିବାକୁ ପୋଲିସର ଜୋରଦାର ପ୍ରସ୍ତୁତି । କଟକ ତିଗିରିଆ ଥାନା ଅଧୀନ ନୂଆସଡ଼କ ଛକ ନିକଟରେ ଗୋଟିଏ ଟାଟା ଏସି ଓ ଗୋଟିଏ ଅଟୋରୁ ବେଆଇନ ବାଣ ଜବତ ହୋଇଛି। ଏହା ସହ ୨ ଡ୍ରାଇଭର୍‌ଙ୍କୁ ଗିରଫ କରିଛି ପୋଲିସ।

ପୋଲିସ ସତ୍ରରୁ ପ୍ରକାଶ ଯେ, ସୋମବାର ବିଳମ୍ୱିତ ରାତିରେ ତିଗିରିଆ ଥାନା ଅଧୀନ ନୂଆସଡ଼କ ଛକ ନିକଟରେ ବିଭିନ୍ନ ଗାଡ଼ିକୁ ଯାଞ୍ଚ କରୁଥିବା ସମୟରେ ବେଆଇନ ବାଣ ନେଇଯାଉଥିବା ଦୁଇଟି ଗାଡି ଜବତ ହୋଇଛି । ଓଡି ୦୨ଏଜେଡ ୫୯୮୨ ନମ୍ଵର ବିଶିଷ୍ଟ ଗୋଟିଏ ଟାଟା ଏସି ଓ ଓଡି୦୨ ସିବି ୬୪୬୬ ନମ୍ଵର ବିଶିଷ୍ଟ ଗୋଟିଏ ଅଟୋ ଜବତ କରିବା ସହ ଦୁଇ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଭୁବନେଶ୍ଵର ସାଲିଆସାହିର ଜି.ଶିବା ରେଡ୍ଡୀ ଓ ଆଠଗଡ ବିଶ୍ଵନାଥପୁରର ବିବେକାନନ୍ଦ ବେହେରା। ତେବେ ଦୁଇଟି ଗାଡିରୁ ବିପୁଳ ପରିମାଣର ବାଣ ଜବତ ହୋଇଛି। ଜବତ ହୋଇଥିବା ବାଣର ମୂଲ୍ୟ ୪୦ ରୁ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.