ବାଣପୁରରେ ବାଣ ବିସ୍ଫୋରଣ: ୪ ଗୁରୁତର, ସେମାନଙ୍କ ମଧ୍ୟରେ ଅଛନ୍ତି ୨ ନାବାଳିକା
8/11/2020 at 4:25 PM

ବାଣପୁର୮/୧୧: ବାଣପୁରରେ ବାଣ ତିଆରି ବେଳେ ବ୍ଲାଷ୍ଟ, ୪ ଗୁରୁତର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଖଣତ ଗ୍ରାମରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, କାହାର ଦେହର କିଛି ଅଂଶ ପୋଡି ଯାଇଥିବା ବେଳେ ଆଉ କାହାର ଦେହରେ ଶକ୍ତ ଆଘାତ ଲାଗିଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ସେମାନଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଭୁବନେଶ୍ବରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏହି ୪ ଗୁରୁତରଙ୍କ ମଧ୍ୟରେ ୨ ନାବାଳିକା ଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।ମିଳିଥିବା ସୂଚନା ମୁତାବକ, କୈଳାଶ ପ୍ରଧାନଙ୍କ ଘରେ ବାଣ ତିଆରି ଚାଲିଥିଲା। ତେଣୁ ଏହି ଅଭିଯୋଗରେ ବାଣପୁର ପୋଲିସ୍ ତାଙ୍କୁ ଗିରଫ କରିଛି।