ରେଳ ଧାରଣାରେ ଫାଟ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ୍
5/03/2020 at 10:03 AM

ଢେଙ୍କାନାଳ ୫।୩: ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଲୋକମାନ୍ୟ ତିଲକ । ରେଳ ଧାରଣାରେ ଫାଟ ଥିବା ସତ୍ତ୍ବେ ରେଳଧାରଣା ଉପରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଟ୍ରେନ୍ ଟି ଗତି କରିଥିବାର ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ମହାଦିଆ ଷ୍ଟେସନ ନିକଟରେ ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଥିଲା । ରେଳ ଧାରଣାରେ ଫାଟ ଥିବା ଦେଖି ସ୍ଥାନୀୟ ଲୋକେ ରେଳ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ଏନେଇ ଜଣାଇଥିଲେ ।

ଖବର ପାଇବା ପରେ ରେଲୱେ କର୍ମଚାରୀ ଆସି ରେଳ ଧାରଣାରେ ସୃଷ୍ଟି ହୋଇଥିବା ଫାଟକୁ ମରାମତି କରିଥିଲେ । ରେଳ ଧାରଣା ମରାମତି ହେବା ପରେ ଅନ୍ୟ ଟ୍ରେନ୍ ଗୁଡିକ ୧ ଘଣ୍ଟା ବିଳମ୍ବରେ ଯାତ୍ରା କରିଥିବା ସୂଚନା ମିଳିଛି । ତେବେ ନିଶ୍ଚିତ ଏକ ବଡ ଧରଣର ଦୁର୍ଘଟଣାରୁ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଟି ବର୍ତ୍ତି ଯାଇଛି ।
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023
କାଳେସୀ ଲାଗି ପାଣିକୁ ଡେଇଁଲେ ବୃଦ୍ଧ, ଚାଲିଗଲା ଜୀବନ
28 January 2023