ହୋଲିରେ ଅଘଟଣ, ବାଣ ଫୁଟାଇବା ବେଳେ ହାତରେ ଫୁଟିଗଲା ବାଣ, ନାବାଳକ ଗୁରୁତର

Published By : Prameya-News7 Bureau | March 19, 2022 IST

ପାଟଣା, ୧୯/୦୩: ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତୋଣ୍ଡ ଗ୍ରାମର ଉପର ସାହିରେ ଅଘଟଣ । ହୋଲିରେ ବଳିଥିବା ବଳକା ବାଣକୁ ୧୨ ବର୍ଷର ନାବାଳକ ସାଙ୍ଗ ମାନଙ୍କ ସହ ମିଶି  ଫୁଟାଉ ଥିବା ସମୟରେ ହାତରେ ବାଣ ଫୁଟି ଯିବାରୁ ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ନାବାଳକ ହେଲେ ଗ୍ରାମର  ଗୋବିନ୍ଦ ଗିରିଙ୍କ ପୁଅ ତପନ ଗିରି ।

ସୂଚନା ଅନୁସାରେ ଆଜି ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ମିଶି ତପନ ବାଣ ଫୁଟାଉଥିବା ବେଳେ ବାଣଟି ହଠାତ ହାତରେ ଫୁଟି ଯାଇଥିଲା । ଫଳରେ ତପନଙ୍କ ଦୁଇ ଗୋଡ଼, ଦୁଇ ହାତ ଓ ମୁହଁରେ ଗଭୀର ଆଘାତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.