Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ନୟାଗଡ: ରାମ ନବମୀ ଯାତ୍ରା ହେଲା ଶେଷଯାତ୍ରା, ଗଛରେ ବାଇକ୍ ପିଟିହେବାରୁ ଚାଲିଗଲା ୩ ଜୀବନ
  • ||
  • ସମ୍ୱଲପୁର: କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
  • ||

ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ହେବେ ମହାରାଷ୍ଟ୍ରର ନୂଆ ରାଜ୍ୟପାଳ

27/01/2023 at 3:48 PM

ନୂଆଦିଲ୍ଲୀ ୨୭।୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମହାରାଷ୍ଟ୍ରର ନୂଆ ଗଭର୍ଣ୍ଣର ହେବେ। ଗତ କିଛି ଦିନ ହେଲା ରାଜନୈତିକ କରିଡରରେ ଏ ନେଇ ଆଲୋଚନା ଚାଲିଥିଲା, ତେବେ ଶୁକ୍ରବାର ଏହା ପୁଷ୍ଟି ହୋଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ମହାରାଷ୍ଟ୍ରର ଆଗାମୀ ରାଜ୍ୟପାଳ ନିଯୁକ୍ତି ଲାଗି ଆଦେଶ ଜାରି ହୋଇଯାଇଛି। ମାତ୍ର କିଛି ସମୟ ପୂର୍ବରୁ କ୍ୟାପ୍ଟେନ ବିଜେପିରେ ଯୋଗ ଦେଇଥିଲେ। ସେ ତାଙ୍କର ପାର୍ଟି ପଞ୍ଜାବ ଲୋକ କଂଗ୍ରେସ (ପିଏଲସି)କୁ ମଧ୍ୟ ବିଜେପିରେ ସାମିଲ କରିଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରର ବର୍ତ୍ତମାନ ରାଜ୍ୟପାଳ ଭଗତସିଂ କୋଶ୍ୟାରୀ କିଛି ଦିନ ପୂର୍ବେ ପଦ ଛାଡିବା ଲାଗି ତାଙ୍କର ଇଛା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ଏହାପରେ କ୍ୟାପ୍ଟେନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଭାରତୀୟ ସେନାରୁ ଅବସରପ୍ରାପ୍ତ କ୍ୟାପ୍ଟେନଙ୍କର ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତମ ସମ୍ପର୍କ ମଧ୍ୟ ରହିଛି। ନିକଟରେ କ୍ୟାପ୍ଟେନଙ୍କୁ ବିଜେପିର ୮୩ତମ କାର୍ଯ୍ୟକାରିଣୀରେ ସାମିଲ କରାଯାଇଥିଲା। ବିଜେପିରେ ଲଗାତାର କ୍ୟାପ୍ଟେନଙ୍କ ପଦବୀ ବଢୁଥିବା ବେଳେ ଏବେ ତାଙ୍କୁ ମହାରାଷ୍ଟ୍ରର ଗଭର୍ଣ୍ଣର କରିଦିଆଯାଇଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାନୁୟାରୀ ୨୯ ତାରିଖ ଦିନ  ପାଟିଆଲାରେ ଏକ ରାଲି କରିବାର ଥିଲା। ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। କ୍ୟାପ୍ଟେନ ଅମରିନ୍ଦର ସିଂହ ରାଲି ମାଧ୍ୟମରେ ପୁଣି ଥରେ ପଞ୍ଜାବରେ ଶକ୍ତି ପ୍ରଦର୍ଶନ କରିବାର ଥିଲା। ଏହି ରାଲି ଜରିଆରେ ବିଜେପି ପଞ୍ଜାବରେ ଲୋକସଭା ନିର୍ବାଚନ ବିଗୁଲ ଫୁଙ୍କିବାର ଥିଲା। ତେବେ ଏହି ରାଲିକୁ ଅଚାନକ ରୋକି ଦିଆଯାଇଛି। ଏଣୁ ବିଜେପିରେ କିଛି ହେଉଥିବାର ଚର୍ଚ୍ଚା ଚାଲିଥିବା ବେଳେ ଅମିରନ୍ଦର ମହାରାଷ୍ଟ୍ରର ଗଭର୍ଣ୍ଣର ହେଉଥିବା ଜଣାପଡିଛି।

ତେବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନାମ ପ୍ରଥମେ ଉପରାଷ୍ଟ୍ରପତି ପଦ ଲାଗି ଚର୍ଚ୍ଚାକୁ ଆସିଥିଲା। ତେବେ ପରେ ଏହି ପଦରେ ବିଜେପି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଚୂଡ଼ାନ୍ତ କରିଥିଲା। ସେତେବେଳେ କ୍ୟାପ୍ଟେନ ବିଦେଶରେ ରହି ଚିକିତ୍ସିତ ହେଉଥିଲେ। ସେ ପର୍ଯ୍ୟନ୍ତ କ୍ୟାପ୍ଟେନ ତାଙ୍କ ପାର୍ଟିକୁ ମଧ୍ୟ ବିଜେପିରୁ ପୃଥକ ରଖିଥିଲେ। ଏବେ କିନ୍ତୁ ସେ ବିଜେପିରେ ସମ୍ପୂର୍ଣ୍ଣ ସାମିଲ ହୋଇଯାଇଛନ୍ତି।

   Related Posts