ଅଭାବୀ ଧାନ ବିକ୍ରି ପ୍ରତିବାଦରେ ସିପିଆଇଏମର ଆନ୍ଦୋଳନ ଚେତାବନୀ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Published By : Prameya-News7 Bureau | December 27, 2022 IST

ନୀଳଗିରି: ନୀଳଗିରିରେ ଧାନ କିଣାର ଅଭାବୀ ବିକ୍ରି ନେଇ ସିପିଆଇଏମ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।ଏନେଇ ଆଜି ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି।

ନୀଳଗିରିରେ ବହୁ ସ୍ଥାନରେ ଧାନମଣ୍ଡି ଖୋଲି ପାରିନଥିବା ବେଳେ ଚାଷୀମାନେ ଅଭାବୀ ଧାନ ବିକ୍ରିର ଶିକାର ହୋଇଛନ୍ତି।ଯୋଗ୍ୟ ଚାଷୀଙ୍କ ଠାରୁ ପର୍ଯ୍ୟାପ୍ତ ପରିମାଣରେ ଧାନ କିଣାଯିବା ସହ କଟଣି ଛଟଣି ବନ୍ଦ କରାଯିବାକୁ ଦାବି ଉଠିଛି।ଭାଗ ଚାଷୀମାନଙ୍କ ଠାରୁ ଧାନକିଣା ଯିବାସହ ଯଦି ପ୍ରଶାସନିକ ସ୍ତରରେ ପ୍ରତିକାର କରାନଯାଏ ତାହେଲେ ଆଗାମୀ ଦିନରେ ଚାଷୀମାନଙ୍କ ସହ ନୀଳଗିରି ସିପିଆଇଏମ ଆନ୍ଦୋଳନ କରିବ ବୋଲି କହିଛି।ଏପରିକି ୩୦ ତାରିଖ ସୁଦ୍ଧା ଦାବିଗୁଡିକ ପୂରଣ ନହେଲେ ୩୧ ତାରିଖ ଦିନ ଗରଡ଼ିହି ଛକଠାରେ ରାସ୍ତାରୋକ ହେବ ବୋଲି ଜଣାପଡିଛି।

ଏନେଇ ଆଜି ସିପିଆଇଏମର ବିଜୟ କୁମାର ପାତ୍ର,ଯୋଗାନନ୍ଦ ଦାସ,ଅମରେନ୍ଦ୍ର ନାୟକ,ରାମଚନ୍ଦ୍ର ସ,ଲକ୍ଷ୍ମୀଧର ସାହୁ,ମନୋରଞ୍ଜନ ସାହୁ,ଜ୍ୟୋତିମୟୀ ରାଉତ ନୀଳଗିରି ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.