ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ୧୩ ଦଫା ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ

Published By : Prameya-News7 Bureau | February 28, 2024 IST

ମୁନିଗୁଡା ୨୮।୨: ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ବୁଧବାର ୧୩ ଦଫା ଦାବିରେ ରାୟଗଡା ଜିଲ୍ଲା ବିଷମ କଟକ ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସ୍ଥାନୀୟ ସିପିଆଇ (ଏମ୍ଏଲ)  କାର୍ଯ୍ୟାଳୟ ଠାରୁ ଏକ  ଶୋଭାଯାତ୍ରାରେ ବାହାରି  ବିଭିନ୍ନ ସ୍ଲୋଗାନ ଦେଇ  ସହର ପରିକ୍ରମା କରିବା ସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ପରେ ୧୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି ।

୧୩ ଦଫା ମଧ୍ୟରେ ଏମ୍.ଜି.ଏନ୍.ଆର୍.ଇ.ଜି.ଏ କାର୍ଯ୍ୟରେ ବର୍ଷକୁ ୨୦୦ ଦିନର କାର୍ଯ୍ୟ ଓ ଦୈନିକ ୬୦୦/- ଟଙ୍କା ମଜୁରି, ଜବ୍ କାର୍ଡଧାରୀମାନଙ୍କୁ ତୁରନ୍ତ କାମ ଯୋଗାଇବା ନଚେତ୍ ଭତ୍ତା ପ୍ରଦାନ କରିବା,  ବସ୍ତିବାସିନ୍ଦା ଓ ଗ୍ରାମାଞ୍ଚଳରେ ଘର କରି ରହିଥ‌ିବା ଗରିବଙ୍କୁ ବସୁନ୍ଧରା ଯୋଜନାରେ ଘରଢ଼ିହ ପଟ୍ଟା ପ୍ରଦାନ କରିବା, ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡ଼ାକ୍ତର ଓ ବିଶେଷଜ୍ଞ ପଦବୀ ପୂରଣ କରିବା, ସିଲିଂ ବହିଃର୍ଭୂତ ଜମି ଓ ଭୁ-ଦାନ ଜମି ଆଦିବାସୀ ଦଳିତ ଓ ଗରୀବ ଭୁମିହୀନମାନଙ୍କ ମଧ୍ୟରେ ବଣ୍ଟନ କରିବା ନେଇ ୧୩ ଦଫା ଦାବିରେ ଉଲ୍ଲେଖ ରହିଛି ।

You Can Read :

wp:embed {"url":"https://www.prameyanews7.com/nursing-home-could-not-use-the-ultrasound-machine-until-a-doctor-was-appointed-in-jeypore/","type":"wp-embed","providerNameSlug":"prameya-news-7"}
https://www.prameyanews7.com/nursing-home-could-not-use-the-ultrasound-machine-until-a-doctor-was-appointed-in-jeypore/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.