scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

CoWIN ଆପ୍‌ରୁ ଡାଟା ଚୋରି ନେଇ ବିବାଦ: ମନ୍ତ୍ରୀ କହିଲେ ସିଧାସଳକ ହୋଇନି ଲିକ୍

12/06/2023 at 6:25 PM

ନୂଆଦିଲ୍ଲୀ: କୋଭିଡ୍ ସମୟରେ ହୋଇଥିବା କେନ୍ଦ୍ର ସରକାରଙ୍କର କୋୱିନ ପୋର୍ଟାଲ୍‌ରେ ତଥ୍ୟ ଚୋରି ନେଇ ମାଲାୟଲ ମନୋରମା ଖବର କାଗଜରେ ରିପୋର୍ଟ ପ୍ରକାଶ ପାଇଛି। କୋୱିନ୍‌ରୁ ତଥ୍ୟ ଟେଲିଗ୍ରାମ୍‌ରେ ଲିକ୍ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।

ଏହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀଙ୍କ ଅଭିଯୋଗ ପରେ କେନ୍ଦ୍ରମନ୍ତ୍ରୀ ରାଷ୍ଟ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାର ସମୀକ୍ଷା କରି ଜବାବ ଦେଇଛନ୍ତି। ଏହାପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି କହିଛନ୍ତି ଯେ ସିଧାସଳକ କୋୱିନ ଆପ୍‌ରୁ ତଥ୍ୟ ଚୋରି ହୋଇ ନାହିଁ।

coWin app: Eka.Care integrates CoWIN app for booking Covid-19 vaccinations  - The Economic Times

ସରକାରଙ୍କର କୋୱିନ ପୋର୍ଟାଲ୍‌ରେ ଟିକା ନେଇଥିବା ଲୋକମାନଙ୍କର ସମସ୍ତ ବ୍ୟକ୍ତିଗତ ସୂଚନା ରହିଛି। ଏହା ଲିକ୍ ହୋଇଛି। ଏଗୁଡ଼ିକ ସବୁ ଇଣ୍ଟର୍‌ନେଟ୍‌ର ମାଗଣା ମିଳିଯାଉଛି ବୋଲି ବିରୋଧୀ ଅଭିଯୋଗ କରିଥିଲେ। ଜବାବରେ ମନ୍ତ୍ରୀ କହିଛନ୍ତି ଯେ ଟେଲିଗ୍ରାମ ବଟ୍‌ ଫୋନ୍‌ ନମ୍ବର ଏଣ୍ଟ୍ରି କରିବା ଦ୍ୱାରା କୋୱିନ ଆପ୍‌ର ସବିଶେଷ ତଥ୍ୟ ଦେଖାଉଛି। ଏହା ପୁରୁଣା ଡାଟା। ଏବେ ଆମେ ଏହାର ସ୍ପଷ୍ଟୀକରଣ ଦେଉଛୁ। ଏ ସମ୍ପର୍କିତ ରିପୋର୍ଟ ବି ମାଗିଛୁ।

India makes CoWIN platform available to countries across the globe - IndBiz  | Economic Diplomacy Division | IndBiz | Economic Diplomacy Division

ପଢ଼ନ୍ତୁ –୨୨୦ ମାସରେ ୨୨୫ ଦୁର୍ନୀତି, ଏ ହେଉଛି ବିଜେପିର ଡବଲ ଇଞ୍ଜିନ ସରକାରର କାମ: ପ୍ରିୟଙ୍କା ଗାନ୍ଧୀ

ସରକାର କହିଛନ୍ତି ଯେ କିଛି ଅପରାଧିକ ବ୍ୟକ୍ତି ଏଭଳି କାର୍ଯ୍ୟରେ ଲିପ୍ତ ରହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରାଳୟ ସିଇଆର୍‌ଟି-ଇନ୍‌ ଠାରୁ ଘଟଣା ପ୍ରସଙ୍ଗରେ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛି।

ମନ୍ତ୍ରୀ ଚନ୍ଦ୍ରଶଖର କହିଛନ୍ତି “ ଟେଲିଗ୍ରାମ ଆକାଉଣ୍ଟ ଫୋନ୍ ନମ୍ବର ଦେବା ପରେ ଆପ୍‌ର ଡିଟେଲ୍ ଦେଖାଉଛି। ଏହି ଟେଲିଗ୍ରାମ ବୋଟ୍‌ ପାଖରେ ଯେଉଁ ଡାଟା ରହିଛି ତାହା ପୂର୍ବରୁ ଚୋରି ହୋଇଥିବା ଡାଟା। କୋୱିନ ଆପ୍‌ରୁ ସିଧାସଳଖ ଭାବେ କେହି ଡାଟା ଚୋରି କରିଥିବା ତାହା ଲାଗୁନି। ନ୍ୟାସ୍‌ନାଲ ଡାଟା ଗଭର୍ଣ୍ଣାନ୍ସ ପଲିସି ଶେଷ ପର୍ଯ୍ୟାୟରେ ଅଛି। ଯାହା ସମସ୍ତ ସରକାରୀ ବିଭାଗରେ ଡାଟା ଷ୍ଟୋରେଜ୍,ଏକ୍ସେସ୍ ଓ ସିକ୍ୟୁରିଟି ମାନକର ଏକ ନିୟମ ପ୍ରସ୍ତୁତ କରିବ।”

Cowin app or database has not been directly breached claims government -  Tech news hindi - CoWIN ऐप से नहीं लीक हुआ किसी भी भारतीय का डाटा, केंद्रीय  मंत्री ने खुद दी जानकारी

ପଢ଼ନ୍ତୁ –ଶେଷ ଭାରତୀୟ ସାମ୍ୱାଦିକଙ୍କୁ ଜୁନ୍ ସରିବା ସୁଦ୍ଧା ଦେଶ ଛାଡିବାକୁ ଚୀନର ନିର୍ଦ୍ଦେଶ

ଡାଟା ଲିକ୍ ନେଇ ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେ, କଂଗ୍ରେସର କାର୍ତ୍ତି ଚିଦାମ୍ବରମ ଓ ଅନ୍ୟ ବିପକ୍ଷ ନେତାମାନେ ବି ଡାଟା ଲିକ୍‌ ନେଇ ଅଭିଯୋଗ ଲଗାଇଛନ୍ତି। ଟିଏମ୍‌ସିର ସାକେତ ଗୋଖ୍‌ଲେ କିଛି ସାମ୍ବାଦିକଙ୍କ ନାଁ ନେଇ କହିଛନ୍ତି ଯେ ଏହି ସାମ୍ବାଦିକମାନଙ୍କର ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଛି।

ଡାଟା ଲିକ୍‌ ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ମନ୍ତ୍ରାଳୟ ପ୍ରତିକ୍ରିୟା ଜାରି କରି କହିଛି “ଡାଟା ଗୋପନୀୟତା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ସହିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋ-ୱିନ ପୋର୍ଟାଲ ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିସହିତ ୱେବ୍‌ ଅପ୍ଲିକେସନ ଫାୟାର ୱେଲ୍, ଆଣ୍ଟି ଡିଡିଓଏସ୍‌, ଏସ୍‌ଏସ୍‌ଏଲ୍/ଟିଏଲ୍‌ଏସ୍‌, ନିୟମିତ ଦୁର୍ବଳତା ମୂଲ୍ୟାଙ୍କନ, ପରିଚୟ ଓ ପ୍ରବେଶ ପରିଚାଳନା ଆଦି ସୁରକ୍ଷା ବ୍ୟବସ୍ଥା କୋୱିନ ଆପ୍‌ରେ ରହିଛି।”

Madhya Pradesh High Court | COWIN App | Vaccine Registration Centre |

ବିନା ଓଟିପିରେ ଟିକା ନେଇଥିବା ଲୋକଙ୍କ ବ୍ୟକ୍ତିଗତ ସୂଚନା କୌଣସି ବଟ୍‌ରେ ଶେୟାର କରାଯାଇପାରିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି।

ଏଥିସହିତ ଭାରତୀୟ କମ୍ପ୍ୟୁଟର ଏମାର୍ଜେନ୍ସି ରେସ୍‌ପନ୍ସ ଟିମ୍‌(ସିଇଆର୍‌ଟି-ଇନ୍)କୁ ମାମଲାରେ ତଦନ୍ତ କରି ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଅନୁରୋଧ କରିଛି। କୋୱିନ ଆପ୍‌ର ଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କାର୍ଯ୍ୟ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି।   

ଅନ୍ୟପଟେ ସିଇଆର୍‌ଟି-ଇନ୍ ତାର ପ୍ରାଥମିକ ରିପୋର୍ଟରେ କହିଛି ଯେ ଟେଲିଗ୍ରାମ ବଟ୍‌ କୋୱିନ୍‌ ଡାଟାବେସର ଏପିଆକୁ ସିଧା ସଳଖ ଆକ୍‌ସେସ୍ କରିନାହିଁ। ସୋସିଆଲ୍ ମିଡିଆରେ ପ୍ରକାଶିତ ହେଉଥିବା ଏଭଳି ଖବର ଭିତ୍ତହୀନ କିଛି ଦୁଷ୍ଟ ଲୋକ ଏଭଳି କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ସ୍ପଷ୍ଟୀକରଣ ଦେଇଛି।

   Related Posts