ସ୍ଲୋଭାକିଆନ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ଚାଲିଛି ଚିକିତ୍ସା,ଘଟଣାକୁ ଦୃଢ ନିନ୍ଦା ସହ ଆଶୁ ଆରୋଗ୍ୟ କାମନା କଲେ ମୋଦି

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ ୧୬/୫: ସ୍ଲୋଭାକିଆନ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋଙ୍କ ଉପରକୁ ଗୁଳିମାଡ ଘଟଣାରୁ ଦୃଢ ନିନ୍ଦା କରିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ 'X' ରେ ଏକ ପୋଷ୍ଟ ଯୋଗେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ରୋବର୍ଟ ଫିକୋଙ୍କୁ ଗୁଳିମାଡ ଘଟଣା ମୋତେ ଚକିତ କରିଛି । ଏହା ଦୁଃଖଦାୟକ ଓ ଅତ୍ୟନ୍ତ ଭୟାନକ କାର୍ଯ୍ୟ । ଏହାକୁ ମୁଁ ନିନ୍ଦା କରିବା ସହ ଫିକୋଙ୍କ ଆରୋଗ୍ୟ କାମନା କରୁଛି ।

ଗୁରୁବାର ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ଲୋକଙ୍କ ସହ କଥା ହେଉଥିଲେ ପ୍ରଧାନମନ୍ତ୍ରୀ ଫିକୋ । ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲା । ଫିକୋଙ୍କ ପେଟରେ ଗୁଳି ବାଜିଥିବାବେଳେ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ଥିବା କୁହାଯାଉଛି । ପ୍ରଧାନମନ୍ତ୍ରୀ ଫିକୋଙ୍କୁ ଗୁଳି କରିଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.