ମାତିଛନ୍ତି ଗୋ-ତସ୍କରୀ: ପଶ୍ଚିମବଙ୍ଗକୁ ଖୁଲମଖୁଲା ଚାଲାଣ ହେଉଛି ଗୋରୁ, ସିସିଟିଭିରେ ଭିଜୁଆଲ କଏଦ

Published By : Prameya-News7 Bureau | August 12, 2022 IST

ବିନିକା ୧୨/୦୮: କେନ୍ଦୁଝର ଜିଲ୍ଲା ଏବେ ଗୋରୁ ତସ୍କରଙ୍କର ଭୂସ୍ୱର୍ଗଃ ପାଲଟିଛି । କେନ୍ଦୁଝର ଜିଲ୍ଲା ଦେଇ ପ୍ରତିଦିନ ପଶ୍ଚିମବଙ୍ଗକୁ ଖୁଲମ ଖୁଲା ଭାବେ ହଜାର ହଜାର ସଂଖ୍ୟାରେ ବେଆଇନ ଗୋରୁ ଚାଲାଣ ହେଉଥିବା ଦେଖିବାକୁ ମିଳେ । ହେଲେ ଗୋରୁମାନଙ୍କୁ ସାହି ବସ୍ତି ଭିତରୁ କିପରି ଚୋରି କରନ୍ତି ତାହା ଏବେ ସିସିଟିଭିରେ ରେକର୍ଡ଼ ହୋଇଛି ଆସନ୍ତୁ ଦେଖିବା ।

ଚଳିତ ମାସ ୧୦ତାରିଖ ଦିନ ରାତି ପ୍ରାୟ ଗୋଟେ ସମୟ ହେବ ପୁରୁଣା ସହରର ଦୁଖିଆ ଛକ ନିକଟରେ ଏକ ଦୋକାନ ସାମନାରେ ଗାଇଟିଏ ଶୋଇଥିବା ବେଳେ ଜଣେ ଗୋରୁ ଚୋର ପ୍ରଥମେ ଆସି ଗାଇଟିର ମୁଣ୍ଡ ସହ ପାଟିଟିକୁ ଏକ ପ୍ଲାଷ୍ଟିକ ଦୌଡିରେ ବାନ୍ଧି ପକାଉଛି ଗାଇଟି ଯେପରି ବୋବାଇ ପାରିବ ନାହିଁ । ସଙ୍ଗେ ସଙ୍ଗେ ତାର ଅନ୍ୟ ସହଯୋଗୀ ମାନେ ଏକ ବୋଲେରୋ ଗାଡ଼ି ଧରି ସେଠାରେ ପହଞ୍ଚିଯାଉଛନ୍ତି ।

ଦୁଇ ଜଣ ମିଶି ଗାଇ ଟିକୁ ବୋଲେରୋ ଭିତରେ ଅତି ଦୟନୀୟ ଭାବରେ ପୁରାଇ ସେଠାରୁ ଉଭାନ ହୋଇ ଯାଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଏହି ଜିଲ୍ଲାର ଏକାଧିକ ଥାନା ସାମନା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗୋରୁଙ୍କୁ ଚଲାଇ ଚଲାଇ ତ କେତେବେଳେ ଚାରି ଚକିଆ ଯାନ ଓ ଟ୍ରକ ଆଦିରେ ପାଟିକୁ ବାନ୍ଧି ଆଳୁ ବସ୍ତା ଲଦିବା ଭଳି ଅତି ଦୟନିୟ ଅବସ୍ଥାରେ ପଶ୍ଚିମବଙ୍ଗକୁ ଚୋରାରେ ଚାଲାଣ କରାଯାଏ ।

ହେଲେ ପୋଲିସ ପ୍ରଶାସନ କିନ୍ତୁ ନିଘୋଡ ନିଦରେ । ଆହୁରି ମଧ୍ୟ ଅନେକ ସମୟ ରେ ରାସ୍ତା ରେ ଚୋରା ଚାଲାଣ ସମୟରେ ଦୁର୍ଘଟଣା ଘଟି ଅନେକ ନିରୀହ ଗୋରୁଙ୍କ ପ୍ରାଣ ମଧ୍ୟ ଯିବାର ନଜିର ରହିଛି । ହେଲେ ସମସ୍ତେ ସାଜିଛନ୍ତି ନିରବ ଦ୍ରଷ୍ଟା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.