scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୋଷ ମେଣ୍ଟାଇବାକୁ ଆସିଥିଲେ, ବନ୍ୟା ପାଣିରେ ଭାସିଗଲେ ଗୋରୁ ପଲ

25/07/2023 at 2:51 PM

ବୌଦ୍ଧ ୨୫/୦୭: ତୃଷ୍ଣା ମେଣ୍ଟାଇବାକୁ ଆସି ବନ୍ୟା ପାଣିରେ ଭାସିଗଲେ ଗୋରୁ ପଲ । ହଠାତ ବନ୍ୟା ପାଣି ମାଡି ଆସିବାରୁ ମହାନଦୀ ର ବନ୍ୟା ଜଳରେ ଫସିରହିଥିଲେ । ଦୀର୍ଘ ସମୟ ଧରି ପାଣି ଘେରରେ ରହିଥିଲେ ଗୋରୁ ପୋଲ । ଘଟଣା ଜଣାପଡିବା ପରେ ଧଳପୁର ଓ ଖରାସଂକୁଳାଇ ଗ୍ରାମବାସୀ ଗୋରୁ ମାନଙ୍କୁ ଉଦ୍ଧାର କରିଥିଲେ ।

ବର୍ତ୍ତମାନ ହୀରାକୁଦ ଡ୍ୟାମ ତାର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛି । ଏନେଇ ପୂର୍ବରୁ ନଦୀ କୁଳିଆ ଅଞ୍ଚଳବାସୀଙ୍କୁ ସତର୍କ ସୂଚନା ଦେବାସହ ସ୍ଥନୀୟ ପ୍ରଶାସନକୁ ଆଲର୍ଟ ବା ତତ୍ପର ରହିବାକୁ କୁହାଯାଇଛି l ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିର୍ଦେଶରେ ବନ୍ୟା ପ୍ରାକୃତିକ ବିପର୍ଯୟରୁ ଜନ ଜୀବନ ସୁରକ୍ଷା ପାଇଁ ବ୍ଲକ ପ୍ରଶାସନ ନିଷ୍ପତ୍ତି ନେଇଛି । କିନ୍ତୁ ପ୍ରକୃତ ପ୍ରକ୍ଷେ ଦେଖିବାକୁ ଗଲେ ମହାନଦୀ କୁଳିଆଜନ ବସତିଙ୍କ ପାଇଁ ପ୍ରଶାସନର ସଚେତନତା ବାର୍ତା ପହଁଚି ପାରୁନି ।

ସୂଚନା ଥାଉକି ମହାନଦୀରେ ବର୍ତମାନ ହୀରାକୁଦ ପାଣି ପହଁଚି ଥିବା ବେଳେ ନଦୀ ଧୀରେ ଧୀରେ ଫୁଲିବାରେ ଲାଗିଛି । ମହାନଦୀ କୁଳରେ ଅବସ୍ଥିତ ଧଲପୁର ପଞ୍ଚାୟତର ଖରସଙ୍କୁଲେଈ, ସାକୁସିଙ୍ଗା ଆଦି ଗ୍ରାମର ଗାଗୁଡିକ ଗାଈ ଚରଳି ପଡିଆକୁ ଗାଈ ଚରାଇବାକୁ ନେଇଥିବା ବେଳେ ଗାଈ ମାନେ ପାଣି ପିଇବା ଆଶାରେ ନଦୀ ଭିତରକୁ ଚାଲି ଆସିଥିଲେ । ଠିକ ଏହି ସମୟରେ ନଦୀରେ ପାଣି ଧୀରେ ଧୀରେ ଆସି ଥିବା ବେଳେ ଗାଈ ଗୁଡିକ ପାଣି ଘେରରେ ରହିଯାଇଥିଲେ । ପରେ ସଙ୍ଗେ ସଙ୍ଗେ ଗାଈପଲକୁ ଘୋଡାଇ ନଦୀ ବାହାରକୁ ଅଣାଇଯାଇଥିବା ଅଳ୍ପକେ ବଡ଼ ବିପଦରୁ ଗାଈ ପୋଲ ରକ୍ଷା ପାଇଯାଇଥବା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

   Related Posts