ମୁକୁଳା ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଗାଈ ମୃତ, ବିଦ୍ୟୁତ୍ ବିଭାଗକୁ ଦାୟି କଲେ ଲୋକ

Published By : Prameya-News7 Bureau | December 25, 2022 IST

ତେଲକୋଇ-୨୫/୧୨: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଗାଈର ଜୀବନ । ମୁକୁଳା ବିଜୁଳି ଟ୍ରାନ୍ସଫର୍ମରରେ ଲାଗି ଗୋଟିଏ ଗାଈର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଗମୋହନପୁର ଛକ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି  ।  

୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ କରେଣ୍ଟ ଲାଗି ଜୀବନ ଯାଇଛି । ଟ୍ରାନ୍ସଫର୍ମର ନିକଟରେ ଘାସ ଖାଉଥିବା ବେଳେ ଏଭଳି ଅଘଟଣା ଘଟିଛି । ମୁକୁଳା ଟ୍ରାନ୍ସଫର୍ମରରେ ସୁରକ୍ଷା ବାଡ଼ ଦେବାକୁ ସ୍ଥାନୀୟ ଲୋକ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଅବଗତ କରାଇଥିଲେ । ହେଲେ ବିଭାଗ ଧ୍ୟାନ ନଦେବାରୁ ଏଭଳି ଅଘଟଣ ଘଟିଛି । ଯାହାକୁ ନେଇ ଟାଟାପାଓ୍ବାର ଲିମିଟେଡକୁ  ଦାୟି କିରଛନ୍ତି ଲୋକେ ।  ଅନ୍ଯପଟେ ଏହି ରାସ୍ତା ଦେଇ ହାତୀପଲ ଚଳପ୍ରଚଳ କରୁଛନ୍ତି । କିଛି ବଡ଼ ଅଘଟଣ ପୂର୍ବରୁ ଟ୍ରାନ୍ସଫର୍ମରରେ ସୁରକ୍ଷା ବାଡ଼ ନିର୍ମାଣ କରିବାକୁ ଦାବି କରିଛନ୍ତି ନିକଟସ୍ଥ ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.