ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଏହି ରାଜ୍ୟରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଭ୍ୟାକ୍‌ସିନ୍, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

13/12/2020 at 10:19 AM

ଥିରୁଅନନ୍ତପୁରମ୍‌ ୧୩।୧୨: ରାଜ୍ୟରେ ସମସ୍ତଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ । ଏଥିପାଇଁ କୌଣସି ପଇସା ଦେବାକୁ ପଡିବ ନାହିଁ ବୋଲି କେରଳ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଘୋଷଣା କରିଛନ୍ତି । କରୋନାର ପ୍ରସାର ରୋକିବାକୁ ହେଲେ, ଆମକୁ ଆହୁରୀ ସତର୍କ ରହିବାକୁ ପଡିବ । ଆମେ ଟିକିଏ ସତର୍କ ହରାଇଲେ , ରାଜ୍ୟର ସ୍ଥିତି ଆହୁରୀ ଖରାପ ହୋଇଯିବ । ଏଭଳି ହେଲେ ଆମେ କରୋନାକୁ ହରାଇ ପାରିବା ନାହିଁ ବୋଲି କେରଳ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶନିବାର ଦିନ କେରଳର ମୁଖ୍ୟମନ୍ତ୍ରୀ ଏକ ପ୍ରେସମିଟ୍‌ ଜରିଆରେ ଏସବୁ ଘୋଷଣା କରିଥିଲେ । ରାଜ୍ୟରେ ସମସ୍ତ ନାଗରିକଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ । ଏଥିପାଇଁ ନାଗରିକମାନଙ୍କୁ କୌଣସି ଦେୟ ଦେବାକୁ ପଡିବାନାହିଁ । ଯାହାକି ରାଜ୍ୟବାସୀଙ୍କୁ ପାଇଁ ଆଶ୍ୱସ୍ତିକର ଖବର । ତେବେ କେରଳ ମୁଖ୍ୟମନ୍ତ୍ରୀଙ୍କ ମାଗଣା କରୋନା ଟୀକାକରଣ ଏହି ସମୟରେ ଘୋଷଣା କରିଛନ୍ତି । ଯେତେବେଳେ କି କେନ୍ଦ୍ର ସରକାର କରୋନା ଭ୍ୟାକସିନ୍‌ର ବିତରଣ ନେଇ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ରାଜ୍ୟ ମାନଙ୍କୁ ଏସଓପି ଜାରି କରିଛନ୍ତି । ଏହା ମୁତାବିକ ଭାରତରେ କରୋନା ଭ୍ୟାକିସିନ୍ ଆସିବା ପରେ ପ୍ରତିଦିନ ୧୦୦ଲୋକଙ୍କୁ କୋଭିଡ଼ ଟୀକା ଦିଆଯିବ ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଚାରିଆଡେ ବ୍ୟାପକ୍‌ ଭାବେ ବ୍ୟାପିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ସାରାବିଶ୍ୱରେ କିଛି ଜାଗାରେ କରୋନାର ତୃତୀୟ ଲହରୀ ଜାରି ରହିଥିବା ବେଳେ କିଛି ସ୍ଥାନରେ ୨ୟ ଲହରୀ ମଧ୍ୟ ଦେଖାଦେଇଛି । ଏପରିକି ଭାରତର କିଛି ସ୍ଥାନରେ ମଧ୍ୟ କରୋନାର ୨ୟ ଲହରୀ ଦେଖାଦେଇଛି । ଏସବୁ ଭିତରେ କିଛି ଦେଶର ସରକାର ସେମାନଙ୍କ ନାଗରିକ ମାନଙ୍କୁ ଭ୍ୟାକ୍‌ସିନ୍ ଦେବା ଆରମ୍ଭ କଲେଣି । ଭାରତ ସରକାର ମଧ୍ୟ ନାଗରିକମାନଙ୍କୁ ଟୀକା ଦେବା ନେଇ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି । କିଛିମାସରେ ସାଧାରଣଲୋକମାନଙ୍କୁ ଟୀକାକରଣ କରାଯିବାର ସୂଚନା ମଧ୍ୟ ରହିଛି ।

   Related Posts