ନେଉଥିବା କରୋନା ଭାକ୍ସିନ ଆପଣଙ୍କଠାରେ କେତେ ପ୍ରଭାବୀ ? ଗବେଷଣାରୁ ମିଳିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

Published By : Prameya-News7 Bureau | December 11, 2020 IST

ମାସାଚ୍ୟୁସେଟ୍ ୧୧।୧୨: କରୋନା ଭାଇରସ ଟିକାକରଣ ଲାଗି ବ୍ରିଟେନ ଓ କାନାଡ ଲୋକଙ୍କ ଅପେକ୍ଷା ଶେଷ ହୋଇଛି। ଏହି ଦୁଇ ଦେଶରେ ପ୍ରାରମ୍ଭିକ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଥିବା ବେଳେ ପଛକୁ ପଛ ସାରା ଦେଶରେ ଟିକାକରଣ ହେବ। ଲୋକେ ନୂଆନୂଆ ଟିକା ନେଇଛନ୍ତି। ଏଣୁ ସେମାନଙ୍କଠାରେ ପ୍ରଭାବ ଏପର୍ଯ୍ୟନ୍ତ ଦେଖାଯାଇନି। ଏଥିପାଇଁ ଆଉ କିଛିକାଳ ଅପେକ୍ଷା କରିବାକୁ ପଡିବ। ତେବେ ପ୍ରତିଷ୍ଠିତ ନେଚର ପତ୍ରିକାରେ ପ୍ରକାଶିତ ଏକ ସନ୍ଦର୍ଭରେ ରକ୍ତ ପରୀକ୍ଷଣରୁ ଟିକାର ପ୍ରଭାବ ଜଣାପଡିବ ବୋଲି ଗବେଷକ ଦାବି କରିଛନ୍ତି। 

ହାଭାର୍ଡ ଓ ଏମଆଇଟି ବୈଜ୍ଞାନିକମାନେ ମାଙ୍କଡଙ୍କ ଉପରେ ପ୍ରଥମେ ଏ ନେଇ ଗବେଷଣା କରିଥିଲେ। ଏହିକ୍ରମରେ ସେମାନେ ପ୍ରଥମେ ମାଙ୍କଡଙ୍କୁ କରୋନା ଭେକ୍ସିନ ଟିକା ଦେଇଥିଲେ। ଏହାର କିଛି ଦିନ ପରେ ସେମାନଙ୍କ ରକ୍ତସମ୍ବଦ୍ଧୀୟ କିଛି ଯାଞ୍ଚ ହୋଇଥିଲା। କରୋନା ଭାଇରସ ଆକ୍ରମଣରୁ ମାଙ୍କଡଙ୍କ ପ୍ରତିରକ୍ଷା ତନ୍ତ୍ର କେତେ ପରିମାଣରେ ପ୍ରସ୍ତୁତ ହୋଇଛି ତାହା ଜାଣିବା ଲାଗି ଏହି ପ୍ରୟୋଗ କରାଯାଇଥିଲା।

ଯାହାର ଉତ୍ସାହଜନକ ଫଳାଫଳ ମିଳିଥିଲା। ଏଥିରୁ ଗବେଷକମାନେ ଏବେ ମାନବ ଶରୀରର ପ୍ରତିରକ୍ଷା ତନ୍ତ୍ରର ଅନୁସନ୍ଧାନ ଲାଗି ଏହି କୌଶଳ ଅବଲମ୍ବନ କରାଯାଇ ପାରିବ ବୋଲି କହିଛନ୍ତି। ଏହା ଦ୍ୱାରା କୋଭିଡ ଟିକାକରଣ ପରେ ରକ୍ତ ପରୀକ୍ଷଣ କରି ଟିକାର ପ୍ରଭାବ ଅନୁଧ୍ୟାନ କରାଯାଇପାରିବ। ଏଣୁ ମାନବ ଲାଗି ଏବେ ବୈଜ୍ଞାନିକମାନେ ବିଶେଷ ପ୍ରକାରର ରକ୍ତଯାଞ୍ଚ ପ୍ରଣାଳୀ ବିକଶିତ କରିବାକୁ ଉଦ୍ୟମ କରୁଛନ୍ତି।

ଯଦି ବୈଜ୍ଞାନିକ ମାନେ ଟିକାର ପ୍ରଭାବ ଜାଣିବା ଲାଗି ବିଶେଷ ପ୍ରକାରର ବ୍ଲଡ ଟେଷ୍ଟ ବିକଶିତ କରିଦିଅନ୍ତି ତେବେ ଭାକ୍ସିନ ପ୍ରସ୍ତୁତ କରୁଥିବା ବୈଜ୍ଞାନିକଙ୍କୁ କ୍ଲିନିକାଲ ଟ୍ରାୟଲ ଲାଗି ଆଉ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବନି। ଯଦି ଏହି ଉପାୟ ଆବିଷ୍କୃତ ହୁଏ ତେବେ ଭାକ୍ସିନ ପ୍ରସ୍ତୁତି ଲାଗି ଫ୍ଲୁ ଭାକ୍ସିନ ପଦ୍ଧତୀ ଅବଲମ୍ବନ କରାଯାଇପାରିବ। ଫ୍ଲୁ ଭାକ୍ସିନ ପ୍ରସ୍ତୁତି ଲାଗି ପୁଣି ନୂଆକରି କ୍ଲିନିକାଲ ଟ୍ରାୟଲ କରାଯାଏନି। ଗତ ଫଳାଫଳକୁ ଆଧାର କରି ପରବର୍ତ୍ତି ଟିକା ପ୍ରସ୍ତୁତ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.