ଗୁରୁବାରଠୁ ରାଜ୍ୟରେ କୋଭିଡ୍ ଟିକାଦାନ ଅଭିଯାନ, ଅଫଲାଇନ ଓ ଅନଲାଇନରେ କରିହେବ ପଞ୍ଜୀକରଣ

Published By : Prameya-News7 Bureau | January 19, 2023 IST

ଭୁବନେଶ୍ଵର ୧୯/୦୧: ଜାନୁୟାରୀ ୧୯ରୁ ପୁଣି ଥରେ ରାଜ୍ୟରେ ଆରମ୍ଭ ହେବ କୋଭିଡ୍ ଟିକାଦାନ ଅଭିଯାନ । ନିର୍ଦ୍ଦିଷ୍ଟ ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଲୋକଙ୍କୁ କୋଭିଡ୍ ଟିକା ଦିଆଯିବ । ଦ୍ଵିତୀୟ ଏବଂ ବୁଷ୍ଟର ଡୋଜ୍ ଟିକା ନେଇନଥିବା ଲୋକଙ୍କୁ ଦିଆଯିବ ଟିକା । ସ୍ଵାସ୍ଥ୍ୟ କେନ୍ଦ୍ରରେ କେବଳ କୋଭିସିଲ୍ଡ ଟିକା ଉପଲବ୍ଧ ହେବ । ସୋମବାର ଟ୍ଵିଟ୍ ଜରିଆରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୂଚନାଥାଉକି, ୨୦୨୦ରେ କରୋନା ମହାମାରୀର ମୁକାବିଲା ପାଇଁ ଅନେକ ଟିକା ପ୍ରସ୍ତୁତ ହୋଇଥିଲା । ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ଡୋଜ୍ ପରେ ଦ୍ଵିତୀୟ ଏବଂ ବୁଷ୍ଟର ଡୋଜ୍ ଲୋକଙ୍କୁ ଦିଆଯାଇଥିଲା । ଦେଶର ଅଧିକାଂଶ ଜନତା ଟିକାକରଣ ଅଭିଯାନରେ ସାମିଲ୍ ହୋଇ ଟିକା ନେଇଥିଲେ। ତେବେ କରୋନା ସଂକ୍ରମଣ କମିବା ପରେ ଟିକାକରଣ ଅଭିଯାନ ବନ୍ଦ କରାଯାଇଥିଲା । ତେବେ ପୁଣି ଥରେ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.