scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୋଭିଡ ଟିକାକରଣ ଯୋଗୁ ଅଚାନକ ମୃତ୍ୟୁର କୌଣସି କାରଣ ନାହିଁ : ICMR

21/11/2023 at 6:02 PM

ନୂଆଦିଲ୍ଲୀ ୨୧।୧୧: ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର)  କୋଭିଡ-୧୯ ଟିକାକରଣ ଯୋଗୁ ଭାରତରେ ଯୁବ ଓ ବୟସ୍କଙ୍କ ମଧ୍ୟରେ ଅଚାନକ ମୃତ୍ୟୁର ବିପଦ ବଢିନଥିବା ଦାବି କରିଛନ୍ତି। ଏ ନେଇ ଆଇସିଏମଆର କରିଥିବା ଗବେଷଣାକୁ ଉଦ୍ଧୃତ କରି କହିଛନ୍ତି ଯେ ଗତ କୋଭିଡ-୧୯ ମହାମାରୀ କାଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା, ଅଚାନକ ମୃତ୍ୟୁର ପାରିବାରିକ ଇତିହାସ ରଖୁଥିବା ଲୋକଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟୁଥିବା କହିଛନ୍ତି।

୧୮ରୁ ୪୫ ବର୍ଷ ବୟସ୍କ ଲୋକଙ୍କ ଅଚାନକ ମୃତ୍ୟୁର କାରଣ ନିର୍ଦ୍ଧାରଣ ନିମନ୍ତେ ଆଇସିଏମଆର ଗବେଷଣା ଚଳାଇଥିଲେ। ଭାରତରେ ସ୍ୱସ୍ଥ ଦେଖାଯାଉଥିବା ଯୁବ ଓ ବୟସ୍କଙ୍କ ମଧ୍ୟରେ ଅଚାନକ ଅସ୍ପଷ୍ଟିକୃତ ମୃତ୍ୟୁ ବାସ୍ତବିକ ରିପୋର୍ଟର ଜବାବରେ ଆଇସିଏମଆର କରିଥିବା ଅଧ୍ୟୟନରେ କୋଭିଡ ଭାକ୍ସିନର ଅନୁନ୍ୟ ଗୋଟିଏ ଡୋଜ ପ୍ରାପ୍ତ କରିଥିବା ଲୋକଙ୍କ କ୍ଷେତ୍ରରେ ଅସ୍ପଷ୍ଟିକୃତ ଅଚାନକ ମୃତ୍ୟୁ ସମ୍ଭାବନା ହ୍ରାସ ହୋଇଥିବା ଜଣାପଡିଛି। ଏହି ଅଧ୍ୟୟନ ନିମନ୍ତେ ୭୨୯ ମାମଲା ଓ ୨,୯୧୬ ନିୟନ୍ତ୍ରଣକୁ ନେଇ ଅଧ୍ୟୟନ କରାଯାଇଥିଲା।

ତେବେ ଅଧ୍ୟୟନରେ ଅସ୍ପଷ୍ଟିକୃତ ଅଚାନକ ମୃତ୍ୟୁ ନିମନ୍ତେ କୋଭିଡ-୧୯ କାଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା, ଅଚାନକ ମୃତ୍ୟୁର ପାରିବାରିକ ଇତିହାସ, ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଅତ୍ୟାଧିକ ମଦ୍ୟପାନ ଅଥବା ମନୋରଞ୍ଜନ ଔଷଧ ଅଥବା ପଦାର୍ଥର ସେବନ କରିଥିବା, ୪୮ ଘଣ୍ଟା ପୂର୍ବରୁ ଅତ୍ୟଧିକ ଶାରୀରିକ ଗତିବିଦ୍ଧି କରିଥିବା ଆଦି କାରଣ ଜାଣିବାକୁ ପାଇଛନ୍ତି। ତେବେ କୌଣସି କ୍ଷେତ୍ରରେ କୋଭିଡ ଭାକ୍ସିନ ପାଇଁ ଏପରି ହୋଇଥିବାର ପୁଷ୍ଟି ହୋଇ ନାହିଁ ବୋଲି କୁହାଯାଇଛି। ବରଂ ଟିକାକରଣ ଏପରି ମୃତ୍ୟୁ ଆଶଙ୍କା ହ୍ରାସ କରିଥିବା କୁହାଯାଇଛି।

   Related Posts