ଫୋନ୍ ସେକ୍ସ, ଡିଜିଟାଲ ପେମେଣ୍ଟ… ସୋନାଗାଛିରେ ବଦଳିଲା ଧନ୍ଦାର ତରିକା

Published By : Prameya-News7 Bureau | June 28, 2020 IST

କୋଲକାତା ୨୮।୦୬: କରୋନା ମହାମାରୀ ଉପଦ୍ରବକୁ ରୋକିବା ଲାଗି ଘୋଷିତ ଲକ୍‌ଡାଉନ୍‌ର ପ୍ରଭାବ ସବୁ ବର୍ଗର ଲୋକଙ୍କ ଉପରେ ପଡିଛି। ଉତ୍ତର କୋଲକାତାର ରେଡ୍ ଲାଇଟ୍‌ ଇଲାକାରେ ଦେହଜୀବୀଙ୍କ ପେଟପାଟଣା ଉପରେ ଏହା ଗମ୍ଭୀର ପ୍ରଭାବ ପକାଇଛି। କରୋନା କାରଣରୁ ଧନ୍ଦା ପୂରା ଠପ୍ ହୋଇ ଯାଇଛି। ପୂର୍ବେ ସୋନାଗାଛିର ଦେହଜୀବୀ ଦାଣ୍ଡ ଦୁଆରରେ ଗ୍ରାହକଙ୍କ ଅପେକ୍ଷାରେ ଥାନ୍ତି। ହେଲେ କରୋନା ସବୁ କିଛି ବିଗାଡି ଦେଇଛି। ଫଳରେ ସୋନାଗାଛିର କିଛି ଦେହଜୀବୀ ନିଜ କାମ କରିବାର ଶୈଳୀରେ ପରିବର୍ତ୍ତନ କରି ହାଇଟେକ୍‌କୁ ଆପଣେଇଛନ୍ତି। ଏବେ ସେମାନେ ଫୋନ୍‌ରେ ଗ୍ରାହକଙ୍କୁ ସେକ୍ସ ପାଇଁ ପ୍ରସ୍ତାବ ଦେଉଛନ୍ତି। ଏହି ସମୟରେ ପଇସା ନେଣଦେଣ ପାଇଁ ଡିଜିଟାଲ ପେମେଣ୍ଟର ବ୍ୟବହାର କରାଯାଉଛି।

କରୋନା ଭାଇରସ୍‌ର ବଢୁଥିବା ସଂକ୍ରମଣର ପ୍ରଭାବ ଦେହଜୀବୀଙ୍କ ଉପରେ ଗୁରୁତର ଭାବେ ପଡିଛି। ଆୟର ଏକ ମାତ୍ର ଉତ୍ସ ବନ୍ଦ ହୋଇଯିବାରୁ ସେମାନଙ୍କୁ ପେଟକୁ ଦୁଇ ଓଳି ଦାନା ଦେବା ମୁସ୍କିଲ  ହୋଇ  ପଡିଛି। ଏମିତି ଦୟନୀୟ ସ୍ଥିତିରେ ଯାହା ପାଖରେ ମୋବାଇଲ ଫୋନ୍ ଏବଂ ଇଣ୍ଟରନେଟ୍‌ର ସୁବିଧା ଅଛି, ସେମାନେ ଫୋନ ସେକ୍ସ ଓ ଭିଡିଓ କଲିଂ ଜରିଆରେ କିଛି ରୋଜଗାର କରି ପାରୁଛନ୍ତି। ଅନ୍ୟପକ୍ଷେ ଯାହାଙ୍କ ପାଖରେ ଏମିତି ସୁବିଧା ନାହିଁ ସେମାନେ ଅନ୍ୟ ମାଧ୍ୟମ ଦେଖୁଛନ୍ତି।

{"id":293072,"sizeSlug":"large"}

ଗ୍ରାହକଙ୍କୁ ଫୋନ୍ ସେକ୍ସର ପ୍ରସ୍ତାବ

୧୫ ବର୍ଷ ଏହି ଧନ୍ଦା କରୁଥିବା ଲୈଲା ଦାସ(ଛଦ୍ମନାମ) ଗୋଟିଏ ଦିନରେ ପାଞ୍ଚ ଗ୍ରାହକ ପାଇଥଲେ। ଏହି ସମୟରେ କିଛି ଲୋକ ସେକ୍ସ ଚାହୁଁଥିବା ବେଳେ ଆଉ କିଛି ସଙ୍ଗ ଚାହୁଁଥିଲେ। ଲୈଲା ସୋନାଗାଛିରେ ଦେହଜୀବୀଙ୍କ ମଧ୍ୟରୁ ଜଣେ। ଯେବେ ମାର୍ଚ୍ଚରେ ଲକ୍‌ଡାଉନ୍‌ ଘୋଷଣା ହେଲା, ତେବେଠୁ ଗ୍ରାହକ ଗାଏବ ହୋଇ ଯାଇଛନ୍ତି। କିନ୍ତୁ ନିକଟ ଦିନରେ ସେମାନେ ନିଜ କାମ କରିବାର ଶୈଳୀରେ ପରିବର୍ତ୍ତନ ଆଣିଛନ୍ତି। କରୋନା ମହାମାରୀ କାରଣରୁ ଲୈଲା ଏବେ ହାଇଟେକ୍‌ ହୋଇ ଯାଇଛନ୍ତି ଓ ଗ୍ରାହକଙ୍କୁ ଫୋନ୍ କରି ସେକ୍ସ ପାଇଁ ପ୍ରସ୍ତାବ ଦେଉଛନ୍ତି।

ଭିଡିଓ କଲ ପାଇଁ ରେଟ୍ ୫୦୦ ଟଙ୍କା

ଲୈଲା କହିଛନ୍ତି, ଫୋନ୍ ସେକ୍ସ ପୂର୍ବରୁ ସାଧାରଣତଃ ଆକାଉଣ୍ଟରେ ପଇସା ଜମା ହେଉଛି। ଭିଡିଓ କଲ୍ ଜରିଆରେ ସେକ୍ସ କରିବା ଦର ୫୦୦ ଟଙ୍କା ରହିଛି। ଏହାର ସମୟ ପ୍ରାୟ ୩୦ ମିନିଟ୍ ରହିଛି। ସେ କହିଛନ୍ତି ସବୁ ଗ୍ରାହକ ବ୍ୟାଙ୍କ ଆକାଉଣ୍ଟରେ ପଇସା ପଠାଇ ପାରୁ ନାହାନ୍ତି। କିଛି ଲୋକ ଯେଉଁମାନେ ପାଖରେ ଅଛନ୍ତି, ସେମାନେ କ୍ଷୀର କି  ସଉଦା ପାଇଯିବା ବାହାନାରେ ନିଜ ଘରୁ ବାହାରି ଟଙ୍କା ଦେଇ ଦେଉଛନ୍ତି। କିନ୍ତୁ ଏହି ସମୟରେ ଅନେକ ଯୁବତୀ ଧୋକା ମଧ୍ୟ ଦେଇଛନ୍ତି।

୯୫ ପ୍ରତିଶତ ଦେହଜୀବୀ କରୁଛନ୍ତି ଫୋନ୍ ସେକ୍ସରେ ପ୍ରସ୍ତାବ

ଦରବାର ମହିଳା ସମିତି(ଡିଏମଏମସି)ର ସଭାପତି ବିଶାଖା ଲସ୍କରଙ୍କ ଅନୁଯାୟୀ, ସଂକ୍ରମଣ ବ୍ୟାପିବା ନେଇ ସମସ୍ତେ ଭୟଭୀତ। ସେ ଯେଉଁ ଗଳିରେ ରହୁଛନ୍ତି ସେଠି ୧୩୦ ଯୁବତୀ ରହୁଛନ୍ତି। ଏଥିରେ ପ୍ରାୟ ୯୫ ପ୍ରତିଶତ ଗ୍ରାହକଙ୍କୁ ଫୋନ୍‌ ଜରିଆରେ ସେକ୍ସ କରିବାକୁ ପ୍ରସ୍ତାବ ଦେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.