କରୋନା ମୁକାବିଲା : ଗତ ୨ ଦିନରେ ରାଜ୍ୟରେ ହୋଇଛି ଏକ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟିଂ

Published By : Prameya-News7 Bureau | August 16, 2020 IST

ଭୁବନେଶ୍ୱର,୧୬|୦୮: ରାଜ୍ୟ ସରକାର କୋଭିଡ୍ ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି । ଏହାସହ ରାଜ୍ୟରେ ପ୍ରତିଦିନ ଟେଷ୍ଟିଂ ହାର ବୃଦ୍ଧି କରିବାକୁ ପ୍ରୟାସ କରୁଛନ୍ତି । କୋଭିଡ୍ ଟେଷ୍ଟିଂରେ ରାଜ୍ୟ ସରକାର ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛନ୍ତି । ଗତ ୨ ଦିନରେ ରାଜ୍ୟରେ ପ୍ରାୟ ଏକ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟିଂ ହୋଇଛି ।

ସେହିପରି ରାଜ୍ୟରେ ପଜିଟିଭ୍ ହାର ମଧ୍ୟ କମିଛି । ଗତ ଏକ ମାସ ତଳେ ପଜିଟିଭ୍ ହାର ୯.୨ ପ୍ରତିଶତ ଥିବା ବେଳେ ଏବେ ୫.୫ ପ୍ରତିଶତ ରହିଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ପଜିଟିଭ୍ ହାର ୩.୬ ପ୍ରତିଶତକୁ ଖସିଛି ।

ଏହାସହ ରାଜ୍ୟରେ ଏବେସୁଦ୍ଧା ୧୦ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟିଂ କରାଯାଇଛି । ଗତ ୨ ଦିନରେ ଗଞ୍ଜାମରେ ୧୪୯୫୩ ଟେଷ୍ଟିଂ କରାଯାଉଛି । ଯାହା ଦେଶର ଅନେକ ଜିଲ୍ଲା ତୁଳନାରେ ଅଧିକ ।

ସେହିପରି ଓଡିଶାରେ ମୃତ୍ୟୁହାର ରହିଛି ୦.୫୮ ପ୍ରତିଶତ । ଯାହା ରାଜ୍ୟରେ ଉତ୍ତମ ଚିକିତ୍ସାକୁ ଦର୍ଶାଉଛି । ଓଡିଶା ଏକମାତ୍ର ରାଜ୍ୟ ଯେଉଁଠି କରୋନା ଚିକିତ୍ସା ସମ୍ପୂର୍ଣ୍ଣ ଭାବେ ମାଗଣାରେ କରାଯାଉଛି । ବିଭିନ୍ନ ଘରୋଇ ହସ୍ପିଟାଲ ସହ ସହଭାଗିତାରେ ଆକ୍ରାନ୍ତଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.