suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଧାନସଭା ଅଧିବେଶନ ପୂର୍ବରୁ କରୋନା ଟେଷ୍ଟ : ମନ୍ତ୍ରୀ, ବିଧାୟକଙ୍କର ଚାଲିଛି ଟେଷ୍ଟ

27/09/2020 at 9:06 AM

ଭୁବନେଶ୍ବର ୨୭।୯: ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ଚାଲିଛି କରୋନା ଟେଷ୍ଟ । ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ ଓ ସୁରକ୍ଷା କର୍ମଚାରୀଙ୍କ କରୋନା ଟେଷ୍ଟ ତିନି ଦିନ ଧରି ହେବ । ଏଥିପାଇଁ ୭ଟି ଟିମ୍ ଗଠନ  କରାଯାଇଛି । କୋଭିଡ ଟେଷ୍ଟ ପାଇଁ ବିଏମସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଗଠିତ ୭ଟି ସ୍ବତନ୍ତ୍ର ଟିମ୍‌ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ସାମ୍ବାଦିକମାନଙ୍କ କରୋନା ଟେଷ୍ଟ କରିବେ । ମୋଟ ୯ ଶହ  ଜଣଙ୍କର କୋଭିଡ ଟେଷ୍ଟ କରାଯିବ । ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବ ସେମାନେହିଁ ବିଧାନସଭା ପରିସରକୁ ଆସିପାରିବେ ।

ସୋମବାର ଅପରାହ୍ନରେ ବିଧାନସଭା ପରିସରକୁ ବିଶୋଧନ କରାଯିବ। ପରେ ୨୯ତାରିଖରୁ ବିଧାନସଭା ଅଧିବେଶନ ବସିବ। ଅକ୍ଟୋବର ୭ ପର୍ଯ୍ୟନ୍ତ ଗୃହ ଚାଲିବ। ଦୈନିକ ସାଢେ ୪ ଘଣ୍ଟା ଚାଲିବ ଅଧିବେଶନ । ଅଧିବେଶନ ବେଳେ ସାମାଜିକ ଦୂରତ୍ବ ନିୟମ କଡାକଡି ପାଳନ କରାଯିବ । ତେବେ ସ୍ବଳ୍ପ ସମୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ରାଜ୍ୟରେ କୋଭିଡ ପରିଚାଳନା  ଅନିୟମିତତା, ବନ୍ୟା ମୁକାବିଲା ବିଫଳତା, ବିଦ୍ୟୁତ ବିଲ୍‌ ବୃଦ୍ଧି, ଆଇନଶୃଙ୍ଖଳା, ଦାଦନ ଶ୍ରମିକଙ୍କୁ କାମ ନମିଳିବା ପ୍ରସଙ୍ଗ ଉଠାଇ ସରକାରକୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ହେଉଛନ୍ତି । ଏହାସହ କଂଗ୍ରେସ କୃଷିବିଲ୍‌ ପ୍ରସଙ୍ଗ ଉଠାଇବ ବୋଲି କହିଛି ।

ସେପଟେ ବିଜେଡି କହିଛି  ରାଜ୍ୟସରକାର କରୋନାଠୁ ବନ୍ୟା ଯାଏ ସବୁ ସ୍ଥିତିର ସଠିକ ମୁକାବିଲା କରିଛନ୍ତି । ବିଧାନସଭାରେ ଯେଉଁ ପ୍ରସଙ୍ଗ ବିରୋଧୀ ଉଠାଇବେ ତାର ଜବାବ ରଖିବାକୁ ସରକାର ପ୍ରସ୍ତୁତ।

   Related Posts