ନାମାଙ୍କନ ଦାଖଲ ବେଳେ କୋଭିଡ୍ କଟକଣାକୁ ଫୁ’, ବିଶାଳ ରାଲିରେ ନଜର ଆସିଲେ ସମିତି ସଭ୍ୟ ପ୍ରାର୍ଥିନୀ

Published By : Prameya-News7 Bureau | January 22, 2022 IST

ବିନିକା ୨୨।୧: ନାମାଙ୍କନ ପତ୍ର ଦାଖଲ ବେଳେ କରୋନା କଟକଣାକୁ ଫୁ କଲେ ପ୍ରାର୍ଥୀ । ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ୍ ଚରଦା ଅଞ୍ଚଳର ଏଭଳି କିଛି ଭିଡିଓ ଏବେ ଭାଇରାଲ ହୋଇଛି । ଚରଦା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଦିପ୍ତିରେଖା ନନ୍ଦ ନାମାଙ୍କନ ପତ୍ର ଦାଖଲ ପାଇଁ ଯିବା ପୂର୍ବରୁ ଗୁରୁବାର ଚରଦାରେ କରିଥିଲେ ଏକ ବିଶାଳ ରାଲି । ଯେଉଁଥିରେ ଦିପ୍ତିରେଖା ଫୁଲହାର ପିନ୍ଧିଥିବା ବେଳେ ଶହ ଶହ ସମର୍ଥକଙ୍କ ଗହଣରେ ଚରଦା ଗାଁରେ ଶୋଭାଯାତ୍ରାରେ ଯାଉଥିଲେ ।

{"id":577554,"width":754,"height":415,"sizeSlug":"full","linkDestination":"none"}

କୋଭିଡ୍ କଟକଣାକୁ ଏଭଳି ଖୋଲାଖୋଲି ଉଲଂଘନ କରିଥିଲେ ବି ପୋଲିସ କିନ୍ତୁ ନୀରବଦ୍ରଷ୍ଟା ସାଜିଛି । ଦିପ୍ତିରେଖା ଜିଲ୍ଲା ଯୁବ ବିଜେଡି ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦଙ୍କ ପତ୍ନୀ । ଏହି ଭିଡିଓ ଭାଇରାଲ ହେବା ପରେ ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.