ସାବରୀମାଲା ଖୋଲିବାର ମାସଟେ ବି ହୋଇନି ୨୯୯ କରୋନା ସଂକ୍ରମିତ, ଲାଗୁ ହେଲା ରିଭାଇଜଡ୍ ଗାଇଡଲାଇନ୍

Published By : Prameya-News7 Bureau | December 15, 2020 IST

ପଥନମଥିଟ୍ଟା ୧୫।୧୨: ବାର୍ଷିକ ମଣ୍ଡଳ-ମକରବିଲାକ୍କୁ ତୀର୍ଥାଟନ ଲାଗି ଗତମାସରୁ ଖୋଲିଥିଲା ସାବରୀମାଲା ମନ୍ଦିର ଏବେ କୋଭିଡ ସଂକ୍ରମଣର କେନ୍ଦ୍ରସ୍ଥଳରେ ପରିଣତ ହୋଇଛି। ଗତମାସ ୧୬ ତାରିଖରେ ଭକ୍ତଙ୍କ ମାସବ୍ୟାପୀ ଦର୍ଶନ ଲାଗି  ମନ୍ଦିରକୁ ସର୍ବସାଧାରଣ ଦର୍ଶନ ନିମନ୍ତେ କୋଭିଡ ଗାଇଡଲାଇନ ମଧ୍ୟରେ ଉନ୍ମୁକ୍ତ କରାଯାଇଥିଲା। ତେବେ ଦର୍ଶନ ଲାଗି ମନ୍ଦିର ଖୋଲିବାର ମାସକ ମଧ୍ୟରେ ମୋଟ ୨୯୯ ଜଣ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଛି।

{"id":377928,"width":577,"height":380,"sizeSlug":"large","linkDestination":"none"}

ଅଧିକାରିକ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୫୩ ଜଣ ଶ୍ରଦ୍ଧାଳୁ କୋଭିଡ ଚିହ୍ନଟ ହୋଇଥିବା ବେଳେ ୨୪୫ କର୍ମଚାରୀ ଓ ଅନ୍ୟ ୩ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। ଏଣୁ ମନ୍ଦିରରେ ୨୬ ଡିସେମ୍ବର ମଣ୍ଡଳ ପୂଜା ଲାଗି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ପରିବର୍ତ୍ତିତ ସ୍ୱାସ୍ଥ୍ୟ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ମନ୍ଦିରକୁ ପୂଜା ହେଉ ଅଥବା ଅନ୍ୟ ଯେ କୌଣସି କାର୍ଯ୍ୟ ହେଉ ତୀର୍ଥଯାତ୍ରୀ ହୁଅନ୍ତୁ ଅଥବା ପୂଜକ ସମସ୍ତଙ୍କ ଲାଗି ଆରଟିପିସିଆର ପରୀକ୍ଷଣ ବାଧ୍ୟତାମୂଳକ କରାଯାଇଛି।

{"id":377929,"sizeSlug":"large","linkDestination":"none"}

ସେହିପରି ପରୀକ୍ଷଣ ନେଗେଟିଭ ରିପୋର୍ଟ ପରେ ହିଁ ମନ୍ଦିରରେ ପୂଜାର୍ଚ୍ଚନା ଲାଗି ଅନୁମତି ମିଳିବ ନଚେତ ନାହିଁ। ସାବରୀମାଲା ମନ୍ଦିରରେ ଦର୍ଶନ ଆରମ୍ଭ ପରଠାରୁ  କେବଳ ପଥନମଥିଟ୍ଟା ଜିଲ୍ଲାରେ ୩୧ ପ୍ରତିଶତ କୋଭିଡ ପ୍ରସାରିତ ହୋଇଛି। ତେବେ ସଂକ୍ରମଣ କେବଳ ପଥନମଥିଟ୍ଟା ଜିଲ୍ଲାରେ ସୀମିତ ନାହିଁ। ପଡୋଶୀ କୋଟ୍ଟାୟମ ଜିଲ୍ଲାରେ ମଧ୍ୟ ୧୧ ପ୍ରତିଶତ କୋଭିଡ ବଢିଥିବା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ. ଶୈଲଜା କହିଛନ୍ତି।

{"id":377930,"sizeSlug":"large","linkDestination":"none"}

ପରିବର୍ତ୍ତି ସ୍ୱାସ୍ଥ୍ୟ ମାର୍ଗଦର୍ଶନ ଅନୁସାରେ ଏବେଠାରୁ ସମସ୍ତ ମନ୍ଦିର କର୍ମଚାରୀଙ୍କ ଆରଟି ପିସିଆର ପରୀକ୍ଷଣ ହେବ। ପରୀକ୍ଷଣ ରିପୋର୍ଟ ନିଲକ୍କଲରେ ଦାଖଲ କରିବା ପରେ ହିଁ ମନଦିରକୁ ଯିବାକୁ ଅନୁମତି ପ୍ରଦାନ କରାଯିବ। ଏବେଠାରୁ ମନ୍ଦିରକୁ ଯିବା ରାସ୍ତା ସମେତ ମନ୍ଦିରରେ ଶାରୀରିକ ଦୂରତା ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଭିଡ ସାଧାରଣ ଲକ୍ଷଣ ଜ୍ୱର, ହାଲିଆ ଲାଗି, କାଶ ଅଥବା କଫ ଜନିତ ସମସ୍ୟା ଥିଲେ ଲୋକଙ୍କୁ ଦର୍ଶନ ଅନୁମତି ମିଳିପାରିବ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.