କୋରାପୁଟ ଜିଲ୍ଲାରେ କୋଭିଡ୍ କଟକଣା : ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଯିବାକୁ ବାରଣ

Published By : Prameya-News7 Bureau | January 13, 2022 IST

କୋରାପୁଟ ୧୩।୧: କୋରାପୁଟ ଜିଲ୍ଲାରେ ସର୍ବସାଧାରଣଙ୍କ ପାଇଁ ଠାକୁର ଦର୍ଶନ ମନା । ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଯିବାକୁ ବାରଣ କରାଯାଇଛି । ୧୨ ତାରିଖ ସନ୍ଧ୍ୟା ୫ଟାରୁ କଟକଣା ଲାଗୁ କରିଛନ୍ତି ଜିଲ୍ଲାପାଳ। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାରେ ଧର୍ମାନୁଷ୍ଠାନ ଗୁଡିକରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ଲାଗାଇଛନ୍ତି କଟକଣା । ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବିଭିନ୍ନ ଧର୍ମାନୁଷ୍ଠାନ । ଗତ କିଛିଦିନ ଧରି ପଜିଟିଭ ସଂଖ୍ୟା ଶହେରୁ ଉର୍ଦ୍ଧ୍ବ ବାହାରୁ ଥିବାରୁ ଜିଲ୍ଲା ପ୍ରଶାସନର ଆଗୁଆ ସତର୍କତା ମୂଳକ ପଦକ୍ଷେପକୁ ସହରରେ ସ୍ବାଗତ କରିଥିବା ବେଳେ ସମସ୍ତ ଧର୍ମାନୁଷ୍ଠାନରେ କଡାକଡି ଭାବେ ପାଳନ କରାଯିବା ନେଇ କହିଛନ୍ତି ଧର୍ମାନୁଷ୍ଠାନ ପରିଚାଳକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.