କୋଭିଡ୍ ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରେସମିଟ୍: ଡାକ୍ତର କହିଲେ, ବିଜ୍ଞାନ ଉପରେ ବିଶ୍ବାସ କର, ଉଡା କଥାକୁ ନୁହେଁ
3/11/2020 at 10:20 PM

ଭୁବନେଶ୍ବର୩/୧୧: କୋଭିଡ୍ ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରେସମିଟ୍। କୋଭିଡ୍ ଉପରେ ଡାକ୍ତର ଜୟନ୍ତ ପଣ୍ଡା ତାଜା ସୂଚନା ଦେଇଛନ୍ତି। କରୋନା ଉପରେ ଲୋକଙ୍କ ସନ୍ଦେହ ଦୂର କରିବାକୁ ଏହି ପ୍ରୟାସ କରାଯାଇଛି। କରୋନା ସଂପର୍କରେ ସୂଚନା ଦେଉଛନ୍ତି ଦୁଇ ଅଭିଜ୍ଞ ଡାକ୍ତର। ସଚେତନ ସହ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି।
କରୋନା ଉପରେ ରାଜ୍ୟ ସରକାରଙ୍କ ସାମ୍ବାଦିକ ସମ୍ମିଳନୀ କରି ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି। କରୋନାକୁ କେମିତି ମୁକାବିଲା କରିବେ, ସେନେଇ ପରାମର୍ଶ ଦିଆଯାଇଛି। କରୋନା ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ବୋଲି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି। ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ବ ବଜାୟ ରଖିବା ନିହାତି ଆବଶ୍ୟକ। ମହାମାରୀ ଆମକୁ ଛାଡ଼ି ନଗଲା ପର୍ଯ୍ୟନ୍ତ ସମସ୍ତେ ନିୟମ ପାଳନ କରିବା ଉଚିତ ବୋଲି ସାମ୍ବାଦିକ ସମ୍ମିଳନୀ କୁହାଯାଇଛି।
ଭାରତରେ ମାତ୍ର ଦୁଇ ଜଣ କରୋନାରେ ପୁନଃ ଆକ୍ରାନ୍ତ ହୋଇଛନ୍ତି। ବିଜ୍ଞାନ ଉପରେ ବିଶ୍ବାସ କରିବା, ଉଡ଼ା ଖବର ଉପରେ ବିଶ୍ବାସ ରଖନ୍ତୁ ନାହିଁ। ମେଡିକାଲରୁ ଡିସ୍ଚାର୍ଜ ପରେ ଆବଶ୍ୟକ ପଡ଼ିଲେ ଚିକିତ୍ସା କରିବା ଦରକାର। ଅତ୍ୟଧିକ ବ୍ୟଥା ଲାଗିଲେ ଡାକ୍ତରଙ୍କୁ ପରାମର୍ଶ କରିବାକୁ ପଡ଼ିବ। କୋଭିଡ ପରବର୍ତ୍ତୀ ଚିକିତ୍ସା ନେଇ ଦୁଇ ଡାକ୍ତରଙ୍କ ସୂଚନା। ରାଜ୍ୟ ସରକାର ପୋଷ୍ଟ କୋଭିଡ ଏସ୍ଓପି ଜାରି କରିଛନ୍ତି। ଏସ୍ସିବି ମେଡିସିନ୍ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।