oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଦିଲ୍ଲୀରେ ପୁଣି କାୟା ବିସ୍ତାର କରୁଛି କରୋନା, ହଠାତ ୪%ରେ ପହଞ୍ଚିଲା ପଜିଟିଭିଟି ହାର

16/04/2022 at 9:12 PM

ନୂଆଦିଲ୍ଲୀ,୧୬/୦୪: ଦିଲ୍ଲୀରେ ପୁଣି ଥରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହାସହ ଦେଶରେ ରାଜଧାନୀରେ ଚତୁର୍ଥ ଲହର ଆଶଂକା ସୃଷ୍ଟି ହୋଇଛି। ଏଠାରେ କୋଭିଡ ୧୯ର ଦୈନିକ ମାମଲାରେ ବୃଦ୍ଧି ଏବଂ ସଂକ୍ରମଣ ହାର ଦୁଇ ପ୍ରତିଶତରୁ ଅଧିକ ହେବ ସହ ଗତ ଏକ ସପ୍ତାହରେ ଘରେ ଆଇସୋଲେସନରେ ରହୁଥିବା ରୋଗୀଙ୍କ ସଂଖ୍ୟାରେ ପ୍ରାୟ ୪୮ ପ୍ରତିଶତ ବୃଦ୍ଧି ହୋଇଛି।

ଦିଲ୍ଲୀରେ ଶୁକ୍ରବାର ୨୪ ଘଣ୍ଟାରେ ୩୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାସହ ପଜିଟିଭିଟି ହାର ମଧ୍ୟ ୨୪ ଘଣ୍ଟାରେ ବୃଦ୍ଧି ପାଇ ୩.୯୫ ପ୍ରତିଶତରେ ପହଞ୍ଚିଛି। ଗତ କିଛି ଦିନରେ ଦୈନିକ ମାମଲାରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି। ସଂକ୍ରମଣ ହାର ଏପ୍ରିଲ ୪ ତାରିଖରୁ ଏକ ପ୍ରତିଶତରୁ ଅଧିକ ରେକର୍ଡ କରାଯାଉଛି। ଏପ୍ରିଲ ୪ ତାରିଖରେ ସଂକ୍ରମଣ ହାର ୧.୩୪ ପ୍ରତିଶତ ହୋଇଥିଲା।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋଭିଡ ସଂକ୍ରଣ ହାର ଏପ୍ରିଲ ଏକ ତାରିଖରେ ୦.୫୭ ପ୍ରତିଶତରୁ ବଢି ଏପ୍ରିଲ ୧୪ ତାରିଖରେ ୨.୩୯ ପ୍ରତିଶତ ହୋଇଥିଲା। ଗତ ଏକ ସପ୍ତାହରେ ଘରେ ଆଇସୋଲେସନରେ ରହୁଥିବା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ସହରର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ, ଏପ୍ରିଲ ୮ରେ ସହରରେ ସଂକ୍ରମଣ ହାର ୧.୩୯ ପ୍ରତିଶତ ସହ ୧୪୬ ନୂଆ ମାମଲା ସାମନାକୁ ଆସିଥିଲା।

ଅନେକ ଡାକ୍ତରଙ୍କ କହିବା କଥା, ଲକ୍ଷଣ ପ୍ରକାଶ ପାଇବା ପରେ କମ ଲୋକ କୋଭିଡ ପରୀକ୍ଷଣ ପାଇଁ ଯାଉଛନ୍ତି ଏବଂ ଘରେ ରହି ସୁସ୍ଥ ହେବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଦିଲ୍ଲୀରେ ସୋମବାର ପଜିଟିଭିଟି ହାର ୨.୭ ପ୍ରତିଶତ ଥିଲା, ଯାହା ଦୁଇ ମାସରେ ସର୍ବାଧିକ ଥିଲା। ଫେବ୍ରୁଆରୀ ୫ରେ ଏହି ସଂଖ୍ୟା ୨.୮୭ ପ୍ରତିଶତ ଥିଲା।   

   Related Posts