ସଂକ୍ରମଣ ପରେ ବି ବେପରୁଆ ! ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ଘରକୁ ଛାଡିଦେଲେ ସାଇକୃପା କଲେଜ କର୍ତ୍ତୃପକ୍ଷ

Published By : Prameya-News7 Bureau | December 03, 2021 IST

ଢେଙ୍କାନାଳ ୩୧୨: ଢେଙ୍କାନାଳ ସାଇକୃପା ଆବାସିକ ମହାବିଦ୍ୟାଳୟ ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୫୬ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ୍ ପଜିଟିଭ୍ ଚିହ୍ନଟ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଅଭିଭାବକମାନେ ପିଲାଙ୍କ ସୁରକ୍ଷା ନେଇ ଚିନ୍ତାରେ ପଡିଯାଇଛନ୍ତି । ଏପଟେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଇକୃପା ଅବସ୍ଥିତ ଢେଙ୍କାନାଳ ପୌରାଞ୍ଚଳ ୱାର୍ଡ ନଂ. ୨ କୁଞ୍ଜକାନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ।

ସେପଟେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଖାତିର ନକରି କୋଭିଡ୍ ସଂକ୍ରମିତ ଛାତ୍ରଛାତ୍ରୀମାନଙ୍କୁ ସାଇକୃପା କଲେଜ କର୍ତ୍ତୃପକ୍ଷ ଘରକୁ ଛାଡି ଦେଇଥିବାରୁ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର , କେନ୍ଦୁଝର ଆଦି ଜିଲ୍ଲାରେ ଏହି ପିଲାମାନେ ସଂକ୍ରମଣ ଆଶଙ୍କା ସୃଷ୍ଟି କରିଛନ୍ତି । ଫଳରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାମାନଙ୍କୁ ପିଲାଙ୍କ ଟ୍ରେସିଂ ସୂଚନା ଦେଇ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି ।

ଏପରି କି ଢେଙ୍କାନାଳ ସହରର ୱାର୍ଡ ନଂ.୨ ଅଞ୍ଚଳକୁ କଣ୍ଟେନମେଣ୍ଟ ଭାବେ ସମ୍ପୂର୍ଣ୍ଣ କଟକଣା ଜାରି କରି ସାଇକୃପା କଲେଜ ଓ ହଷ୍ଟେଲ ସିଲ୍ କରିବା ସହ ତାଙ୍କ ଅଧ୍ୟକ୍ଷ ଓ ମାଲିକଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି ।  ଏହି  ଅଞ୍ଚଳରେ ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହି କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.