କରୋନା ଆକ୍ରାନ୍ତଙ୍କୁ ନେଇ ଆସୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭରଙ୍କ ସମେତ ୩ ଗୁରୁତର
20/08/2020 at 3:23 PM

କନ୍ଧମାଳ୨୦/୮: କୋଭିଡ୍ ପଜିଟିଭ୍ଙ୍କୁ ନେଇ ଆସୁଥିବା ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ। ଦାରିଙ୍ଗବାଡିରୁ ଫୁଲବାଣୀ ନେବା ବାଟରେ ଫିରିଙ୍ଗିଆ ନିକଟ ତେଲିମୁଣ୍ଡା ଠାରେ ଏହି ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ମୁତାବକ ଗାଡିଟି ଯିବାବେଳେ ରାସ୍ତା କଡ ଗଛରେ ପିଟି ହୋଇଯାଇଥିଲା। ଏହି ଗାଡିରେ ୩ ଜଣ କରୋନା ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏହି ତିନିଜଣଙ୍କ ଚିକିତ୍ସା ପାଇଁ ଫୁଲବାଣୀ ନିଆଯାଉଥିଲା କିନ୍ତୁ ବୋଲେରୋଟି ଭାରସମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୩ ଜଣ କରୋନା ଆକ୍ରାନ୍ତ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Related Posts
ରାସ୍ତାରେ ଚାଲୁଛି ବନ୍ୟାଜଳ, ହଜାର ହଜାର ଚାଷଜମି ଜଳମଗ୍ନ
15 August 2022
ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
15 August 2022