Covid-19ର ନୂଆ ଭାରିଏଣ୍ଟ ବଢାଇଲା ଚିନ୍ତା, ଭାରତରେ ଅକ୍ଟୋବର-ନଭେମ୍ବର ମାସରେ ଆସିପାରେ ଲହର

Published By : Prameya-News7 Bureau | October 19, 2022 IST

ନୂଆଦିଲ୍ଲୀ ୧୯।୧୦: ଦେଶରେ ପୁଣି ଥରେ କରୋନା ପ୍ରସରିବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ୨ହଜାର ୬୦ଟି ନୂଆ ମାମଲା ରେକର୍ଡ ହୋଇଛି। ତେବେ ଦେଶରେ କରୋନା କେସ୍ ଏପର୍ଯ୍ୟନ୍ତର ସବୁଠୁ ନିମ୍ନସ୍ତରରେ ରହିଛି। ଓମିକ୍ରନ ସବ ଭାରିଏଣ୍ଟ ବିଏଫ.୭ ଓ ଏକ୍ସବିବି ଏବେ ସାରା ବିଶ୍ୱରେ ପ୍ରସରୁଛି। ଏହି ଦୁଇ ନୂଆ ଭାରିଏଣ୍ଟ ଭାରତକୁ ମଧ୍ୟ ପହଞ୍ଚିସାରିଲାଣି। କରୋନାର ଏହି ନୂଆ ଭାରିଏଣ୍ଟ ଓମିକ୍ରନର ସବ ଭାରିଏଣ୍ଟ।

ତେବେ ଭାରତରେ ପୂର୍ବରୁ ମହଜୁଦ ବିଏ.୪ ଓ ବିଏ.୫ ସବ ଭାରିଏଣ୍ଟ ଏତେ ବିପଦଜନକ ସାବ୍ୟସ୍ତ ହୋଇ ନାହାନ୍ତି। ହେଲେ ବିଏ.୨.୭୫ଦେଶରେ ଅଧିକାଂଶ ସଂକ୍ରମଣର କାରଣ ପାଲଟିଥିଲା। ଆମେରିକାରେ ଏବେ ବିକ୍ୟୁ.୧, ବିକ୍ୟୁ ୧.୧ ଓ ବିଏଫ.୭ ଉପରେ ନଜର ରଖା ଯାଉଛି। କାରଣ ଏହି ଭାରିଏଣ୍ଟ ଗୁଡିକ ସଂକ୍ରମଣ ବ୍ୟାପିବାର କାରଣ ହୋଇପାରନ୍ତି। ସେହିପରି ବ୍ରିଟେନରେ ବିକ୍ୟୁ.ଏକ୍ସ ଓ ବିଏଫ.୭ ଉପରେ ନଜର ରଖା ଯାଇଛି। ଏହି ଉଭୟ ଭାରିଏଣ୍ଟ ବିଏ.୫ ସ୍ଥାନରେ ବ୍ୟାପି ବିପର୍ଯ୍ୟୟ ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।

{"id":697867,"width":839,"height":531,"sizeSlug":"full","linkDestination":"none"}

ୟୁକେ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସୀଙ୍କ ଅନୁସାରେ ବ୍ରିଟେନରେ ବିଏଫ.୭ ଯୋଗୁ ୭.୨୬ ପ୍ରତିଶତ ମାମଲା ଏବେ ସାମ୍ନାକୁ ଆସୁଛି। ଏଣୁ ବିଏ.୫ ତୁଳନାରେ ଏହା ତୀବ୍ର ବ୍ୟାପିପାରେ ବୋଲି ଆଶଙ୍କା କରାଯାଉଛି। ଏକ୍ସବିବି ଭାରିଏଣ୍ଟ ଏବେ ସିଙ୍ଗାପୁରରେ ତୀବ୍ର ବ୍ୟାପୁଛି। ଏହି ଭାରିଏଣ୍ଟ ଏବେ ସେଠାରେ ସ୍ଥାନୀୟ ସ୍ତରରେ ସଂକ୍ରମଣ କରୁଛି। ଦେଶରେ ୫୪ ପ୍ରତିଶତ ମାମଲା ଲାଗି ଏବେ ଏକ୍ସବିବିକୁ ଦାୟି କରାଯାଉଛି।

ତେବେ ଭାରତରେ ମଧ୍ୟ ଏକ୍ସବିବି ଏବେ ବ୍ୟାପୁଥିବା ଜଣାପଡିଛି। ଭାରତରେ ଗତ ସପ୍ତାହ ପର୍ଯ୍ୟନ୍ତ ୯୮ ପ୍ରତିଶତ ମାମଲା ଲାଗି ବିଏ.୨.୭୫ ଦାୟି ଥିଲା। ଏଥିରେ ଏବେ ଏକ୍ସବିବି ବ୍ୟାପିବା ଆରମ୍ଭ କରିଛି। ଏହା ଏ ପର୍ଯ୍ୟନ୍ତ ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ ୨୦ରୁ ୩୦ ପ୍ରତିଶତ ସଂକ୍ରମଣ କରିଛି। ତେବେ କରୋନାର ଏହି ନୂଆ ଭାରିଏଣ୍ଟ ସଂକ୍ରମଣ ସୃଷ୍ଟି କରିପାରନ୍ତି, ହେଲେ ଏଥି ଯୋଗୁ ବହୁ ସଂଖ୍ୟାରେ ହସ୍ପିଟାଲରେ ଭର୍ତ୍ତି ହେବା ଅଥବା ମୃତ୍ୟୁ ମୁଖରେ ପଡିବାର ସମ୍ଭାବନା ବହୁତ କମ୍ ବୋଲି କୁହାଯାଉଛି।

{"id":697869,"width":839,"height":559,"sizeSlug":"full","linkDestination":"none"}

ହରିୟାଣାର ସେଣ୍ଟର ଫର ବାୟୋଟକ୍ନେଲୋଜିଙ୍କ ନିର୍ଦ୍ଦେଶକ ଡା.ସୁଧାଂଶୁ ବ୍ରତି  ଆମ ସାମ୍ନାକୁ ଆସୁଥିବା ନୂଆ ଭାରିଏଣ୍ଟ ତୀବ୍ର ବ୍ୟାପିବା ଓ ମଣିଷର ରୋଗ ପ୍ରତିଷେଧକ ଶକ୍ତିକୁ ଚକମା ଦେବାକୁ ସକ୍ଷମ ବୋଲି ଗଣମାଧ୍ୟମକୁ କହିଛନ୍ତି।  ତେବେ ଦେଶରେ ଜନସଂଖ୍ୟାର ଏକ ବଡ ଅଂଶ ଭାକ୍ସିନ ଅଥବା କୋଭିଡରେ ଆକ୍ରାନ୍ତ ହେବା ଯୋଗୁ ଭାଇରସ ଲାଗି ଇମ୍ୟୁନିଟି ହାସଲ କରିସାରିଛି। ଏଣୁ ଭାଇରସ ନିଜକୁ ବଞ୍ଚେଇ ରଖିବା ପାଇଁ ଇମ୍ୟୁନିଟି ଅନୁସାରେ ଢଳିବାକୁ ଚେଷ୍ଟା କରିବ ବୋଲି କହିଛନ୍ତି। ଏଣୁ ଏଥି ଯୋଗୁ ଅବସ୍ଥା ଖରାପ ହେବା କି ହସ୍ପିଟାଲ ଉପରେ ବୋଝ ବଢିବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.