ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଡରାଉଛି ନୂଆ ଷ୍ଟ୍ରେନ୍‌ ! ଆମେରିକା ଯିବାକୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଜରୁରି

25/12/2020 at 4:59 PM

ଓ୍ବାସିଂଟନ ୨୫/୧୨: ବିମାନ ଯାତ୍ରା ପାଇଁ କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ। ଆମେରିକା ଯିବାକୁ ହେଲେ ବ୍ରିଟେନରୁ ଫେରୁଥିବା ଯାତ୍ରୀଙ୍କ ପାଇଁ କରୋନା ନେଗେଟିଭ୍‌ ରିପୋର୍ଟ ନିହାତି ଆବଶ୍ୟକ। ବିମାନରେ ବସିବା ପୂର୍ବରୁ କରୋନା ନେଗେଟିଭ୍‌ ଥିବା ନେଇ ଜାଣିବା ଜରୁରୀ ବୋଲି ଆମେରିକା ସମସ୍ତ ଯାତ୍ରୀଙ୍କୁ ତାଗିଦ କରିଛି। ଆମେରିକା ପ୍ରଥମ ଦେଶ ଭା​‌ବେ ବିମାନ ଯାତ୍ରାକୁ ନେଇ ଏହି ନିୟମ ଆପଣାଇଛି। ବ୍ରିଟେନ୍‌ରେ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ  ପାଇଁ ଆମେରିକା ସମେତ ସମସ୍ତ ଦେଶ ଏବେ ତତ୍ପରତା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି।

ବ୍ରିଟେନରୁ ଆମେରିକା ଅଭିମୁଖେ ଉଡ଼ାଣ ଭରିବାର ୩ ଦିନ ପୂର୍ବରୁ କରୋନା ନେଗେଟିଭ୍‌ ରିପୋର୍ଟ ଏୟାରଲାଇନ୍ସକୁ ଦେବାକୁ ହେବ ବୋଲି ଆମେରିକାର ସେଣ୍ଟର୍ସ ଫର ଡିଜିଜ୍‌ କଂଟ୍ରୋଲ୍‌ ଆଣ୍ଡ ପ୍ରିଭେନ୍ସନ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଏହି ନିୟମ ନେଇ ସରକାର ଘୋଷଣା କରିଥିଲା ବେଳେ ସୋମବାର ପାଖରୁ ଲାଗୁ ହେବ ବୋଲି ଜଣାପଡ଼ିଛି।

ଯାତ୍ରା ପ୍ରତିବନ୍ଧ ଲାଗିବା ପରେ ମାର୍ଚ୍ଚ ପାଖରୁ ବ୍ରିଟେନରୁ ଆମେରିକାକୁ ବିମାନ ଯାତ୍ରା ୯୦ ପ୍ରତିଶତ କମିଛି ବୋଲି ସିଡିସି ପକ୍ଷରୁ କୁହାଯାଇଛି। ଗତ ସପ୍ତାହରେ ବ୍ରିଟେନରେ କରୋନାର ନୂଆ ରୂପ ଦ୍ରୁତ ଗତିରେ ମାଡ଼ି ଚାଲୁଥିବା ନେଇ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସୂଚନା ଦେଇଥିଲେ। ତେବେ ଇଂଲଣ୍ଡରେ ନୂଆ କରୋନା ଭାଇରସ୍‌ ପୁଣି ଥରେ କାୟା ବିସ୍ତାର କରୁଥିବା ବେଳେ ସେଠାରୁ ବିମାନ ଉଡ଼ାଣ ଉପରେ ବିଭିନ୍ନ ଦେଶ ପ୍ରତିବନ୍ଧ ଲଗାଉଥିବା ମଧ୍ୟ ଦେଖିବାକୁ ମିଳିଛି।

   Related Posts