ସାବଧ୍ୟାନ! କରୋନାର ଏହି ଟିକା ବଢାଉଛି ହୃଦ୍‌ଘାତର ଆଶଙ୍କା, ଜାଣନ୍ତୁ କାହାକୁ ସବୁଠାରୁ ଅଧିକ ବିପଦ ?

Published By : Prameya-News7 Bureau | October 11, 2022 IST

ନୂଆଦିଲ୍ଲୀ ୧୧/୧୦: COVID mRNA ଟିକା ବିଷୟରେ ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଡାକ୍ତରମାନେ ଦାବି କରିଛନ୍ତି ଯେ ଏହି ଟିକା ବ୍ୟବହାର ଦ୍ୱାରା ହୃଦ୍‌ରୋଗ ଜନିତ ମୃତ୍ୟୁ ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଛି । ଏହି ବିପଦ ୧୮ରୁ ୩୯ ବର୍ଷ ବୟସର ପୁରୁଷଙ୍କଠାରେ ଅଧିକ ଦେଖାଦେଇଛି ।

ଏହାର ବିପଦ ବିଷୟରେ ଆଲୋଚନା କରି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ କିଛି ହୃଦ ରୋଗ ସମ୍ବନ୍ଧୀୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଏହି ଟିକା ନେବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ । ରିପୋର୍ଟ ଅନୁଯାୟୀ ଫ୍ଲୋରିଡାର ସର୍ଜନ ଜେନେରାଲ ଡକ୍ଟର ଜୋସେଫ ଏ ଲଦାପୋ କହିଛନ୍ତି, ' ଆମେ COVID-19 mRNA ଟିକା ଉପରେ ଏକ ବିଶ୍ଳେଷଣର ରିପୋର୍ଟ ପ୍ରକାଶ କରିଛୁ ଯାହା ଜନସାଧାରଣ ସଚେତନ ହେବା ଆବଶ୍ୟକ । ଏହି ବିଶ୍ଳେଷଣରେ ପୁରୁଷମାନଙ୍କ ମଧ୍ୟରେ ହୃଦ୍‌ରୋଗର ମୃତ୍ୟୁ ହେବାର ଆଶଙ୍କା ଦେଖାଯାଇଛି ।

ଫ୍ଲୋରିଡା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏକ ସ୍ୱୟଂ ନିୟନ୍ତ୍ରିତ କେସ୍ ସିରିଜ୍ ଜରିଆରେ ବିଶ୍ଳେଷଣ କରାଯାଇଥିଲା, ଯାହା ମୂଳତ ଟିକା ନିରାପତ୍ତା ମୂଲ୍ୟାଙ୍କନ ପାଇଁ ବିକଶିତ ହୋଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ mRNA ଟିକାକରଣର ୨୮ଦିନ ମଧ୍ୟରେ ୧୮-୩୦ ବର୍ଷ ବୟସ୍କ ପୁରୁଷଙ୍କଠାରେ ହୃଦ୍‌ରୋଗରେ ମୃତ୍ୟୁ ହାରରେ ୮୪% ବୃଦ୍ଧି ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.