oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କମିଲା କରୋନା, ହଟିଲା କଟକଣା: କୋଭିଡର ଦୁଇବର୍ଷ ପରେ ଦେଶରୁ ହଟିଲା ମହାମାରୀ ଆଇନ

23/03/2022 at 1:49 PM

ନୂଆଦିଲ୍ଲୀ ୨୩/୦୩ : କରୋନା ମହାମାରୀକୁ ପୁରିଛି ଦୁଇ ବର୍ଷ । ତେବେ ଧୀରେ ଧୀରେ ସାରା ଦେଶରୁ ଏହିର ପ୍ରକୋପ କମିବାରେ ଲାଗିଲାଣି । ଦୈନିକ ସଂକ୍ରମଣ କମିବା ସହ ମୃତ୍ୟୁ ସଂଖ୍ୟାର ବି ଲାଗିଲାଣି ବ୍ରେକ୍ । ଏହାକୁ ଦୃଷ୍ଟିରେ ରଖି କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ସାରା ଦେଶରେ ଲାଗୁ ହୋଇଥିବା ମହାମାରୀ ଆଇନକୁ ହଟାଇଛନ୍ତି ସରକାର । ପୂର୍ବ ନିୟମକୁ ପ୍ରତ୍ୟାହାର କରିଛି କେନ୍ଦ୍ର ।

ଏନେଇ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି ଯାଇଛି । ଆଗକୁ କୋଭିଡ ସ୍ଥିିତି ଦେଖି ସମ୍ପୃକ୍ତ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ତେବେ ମାସ୍କ ପିନ୍ଧିବା ସହ ହାତ ଧୋଇବାକୁ ପରାମର୍ଶ ଜାରି ହୋଇଛି । ୨୦୨୦ ମାର୍ଚ୍ଚ ୨୪ରେ ଲାଗୁ ହୋଇଥିଲା ଦେଶରେ ମହାମାରୀ ଆଇନ ।

ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କ ନିକଟକୁ ପଠାଯାଇଥିବା ଚିଠିରେ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି ଯେ ଗତ ୨୪ ମାସ ମଧ୍ୟରେ ମହାମାରୀ ପରିଚାଳନା ପାଇଁ ବିଭିନ୍ନ ଦକ୍ଷତା ବିକାଶ କରାଯାଇଛି । ଏଥିମଧ୍ୟରେ ପରୀକ୍ଷା, ନୀରିକ୍ଷଣ, ଯୋଗାଯୋଗ ଅନୁସନ୍ଧାନ, ଚିକିତ୍ସା, ଟୀକାକରଣ, ଡାକ୍ତରଖାନାର ବିକାଶ ଅନ୍ତର୍ଭୁକ୍ତ । ଏହା ସହିତ ସାଧାରଣ ଲୋକଙ୍କ ମଧ୍ୟରେ କୋଭିଡ ବିଷୟରେ ସଚେତନତା ମଧ୍ୟ ବୃଦ୍ଧି ପାଇଛି ।

   Related Posts