ବିଶ୍ୱରୁ ଏତେଶୀଘ୍ର ଯିବ ନାହିଁ କରୋନା ସଂକ୍ରମଣ, ଜାଣନ୍ତୁ କ’ଣ କହିଛନ୍ତି ବିଶେଷଜ୍ଞ
29/01/2023 at 7:22 PM

ହଂଗକଂଗ ୨୯।୧: ଏକ ନୂଆ ଅଧ୍ୟୟନ ଅନୁସାରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଭିଡରେ ପୀଡ଼ିତ ପାଖାପାଖି ୭୧ ପ୍ରତିଶତ ଲୋକଙ୍କୁ ଚିକିତ୍ସା ଉପଚାରର ଆବଶ୍ୟକତା ଥିଲା। କରୋନା ସଂକ୍ରମିତ ଲୋକେ ପାଖାପାଖି ୬ ମାସ ବା ତାଠୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ପ୍ରକାର କାମ କରିବାରୁ ଅସମର୍ଥ ଥିଲେ। କରୋନା ସଂକ୍ରମିତ ପାଖାପାଖି ୧୮ ପ୍ରତିଶତ ରୋଗୀ ଏପରି ଥିଲେ ଯେଉଁମାନଙ୍କ ବୟସ ୬୦ ବର୍ଷରୁ କମ୍ ଥିଲା। ନ୍ୟୁୟର୍କର ସର୍ବ ବୃହତ୍ତ ୱାର୍କର୍ସ କମ୍ପେନସେସନ ଫଣ୍ଡଙ୍କ ଅଧ୍ୟୟନ ଅନୁସାରେ ପ୍ରାରମ୍ଭିକ ସଂକ୍ରମଣର ୧ ବର୍ଷରୁ ଅଧିକ ସମୟ ପରେ ବି ସବୁ କରୋନା ସଂକ୍ରମିତ ଲୋକେ କାମକୁ ଫେରି ନଥିଲେ।

ଚଳିତମାସ ପ୍ରାରମ୍ଭରେ ନେଚର ରିଭ୍ୟୁ ମାଇକ୍ରୋବାୟୋଲଜି ଜର୍ଣ୍ଣାଲରେ ପ୍ରକାଶିତ ୨୦୦ କୋଭିଡ-୧୯ ଅଧ୍ୟୟନର ନବୀନତମ ସମୀକ୍ଷା ଅନୁସାରେ ଅନୁନ୍ୟ ୬୫ ନିୟୁତ ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଭିଡ ଥିଲା ବୋଲି ଅନୁମାନ କରାଯାଇଛି। ଆମେରିକାସ୍ଥିତ ଗବେଷକଙ୍କ ଅନୁସାରେ ଏହି ସ୍ଥିତି ୧୦ ପ୍ରତିଶତରେ ମହଜୁଦ ଥିଲା। ସେହିପରି ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ଅନୁସାରେ ସାରା ବିଶ୍ୱରେ ୬୫୧ ନିୟୁତ କୋଭିଡ-୧୯ ମାମଲା ରେକର୍ଡ ହୋଇଛି।

ତେବେ କୋଭିଡ ଚିକିତ୍ସା ଏବେବି ଚିକିତ୍ସା ବିଜ୍ଞାନ ଲାଗି ସବୁଠୁ ବଡ଼ ଆହ୍ୱାନ ବୋଲି ବିଶେଷଜ୍ଞ କହିଛନ୍ତି। ଏଥିରେ ଅଧିକାଂଶ ଏସିୟ ଦେଶ ଦୀର୍ଘ କୋଭିଡରେ ଆକ୍ରାନ୍ତ ଲୋକଙ୍କ ଟ୍ରାକିଙ୍ଗ ମଧ୍ୟ କରୁ ନାହାନ୍ତି। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଶ୍ୱରେ ରହିବାକୁ ଥିବା କୋଭିଡରୁ ବର୍ତ୍ତିବା ଲାଗି ଟିକାକରଣ ହିଁ ସବୁଠୁ ଭଲ ଉପାୟ ବୋଲି ବିଶେଷଜ୍ଞ କହିଛନ୍ତି। ତେବେ ଚଳିତମାସରେ ପ୍ରକାଶିତ ଅନ୍ୟ ଏକ ଅଧ୍ୟାୟନ ରିପୋର୍ଟ ଅନୁସାରେ କୋଭିଡ-୧୯ରେ ଲୋକେ ସଂକ୍ରମିତ ହେଲେ ଅନୁନ୍ୟ ୧୮ ମାସ ପର୍ଯ୍ୟନ୍ତ ମୃତ୍ୟୁର ଭୟ ବଢିଯାଇଥାଏ।