କୋଭିଡ୍ କ୍ଷତିଗ୍ରସ୍ତଙ୍କୁ ପଞ୍ଚାୟତିରାଜ ବିଭାଗର ପ୍ୟାକେଜ୍ : ଏସଏଚଜିଙ୍କୁ ୱାର୍କିଙ୍ଗ କ୍ୟାପିଟାଲ, ଅନ୍ୟ ଉଦ୍ୟୋଗକୁ ତ୍ୱରିତ ସହାୟତା, ତଥାପି ବିରୋଧୀଙ୍କ ନାପସନ୍ଦ

Published By : Prameya-News7 Bureau | August 25, 2020 IST

ଭୁବନେଶ୍ୱର, ୨୫|୦୮: କୋଭିଡ କ୍ଷତିଗ୍ରସ୍ତଙ୍କ ଜୀବନଜୀବିକା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ୟାକେଜ୍ ଘୋଷଣା କରିଛି । ଏସଏଚଜି ଏବଂ ଛୋଟ ଉଦ୍ୟୋଗୀଙ୍କୁ ମିଳିବ ୱାର୍କିଙ୍ଗ କ୍ୟାପିଟାଲ । କାର୍ଯ୍ୟକ୍ଷମ ଉଦ୍ୟୋଗଗୁଡିକୁ ତୁରନ୍ତ ସହାୟତା ମିଳିବ । ରାଜ୍ୟକୁ ଫେରିଥିବା ପ୍ରବାସୀ ଓଡିଆଙ୍କୁ ଷ୍ଟାର୍ଟଅପ୍ ପାଇଁ ପ୍ୟାକେଜ୍ ଘୋଷଣା କରାଯାଇଛି ସେପଟେ ସରକାରଙ୍କ ପ୍ୟାକେଜ ଘୋଷଣାକୁ ସମାଲୋଚନା କରିଛନ୍ତି ବିରୋଧୀ ।

{"id":320073,"sizeSlug":"large"}

ଗ୍ରାମୀଣ ଅର୍ଥନୀତି ପାଇଁ ରାଜ୍ୟ ସରକାରଙ୍କ ସଞ୍ଜିବନୀ । ଗ୍ରାମାଞ୍ଚଳର କୋଭିଡ କ୍ଷତିଗ୍ରସ୍ତଙ୍କ ଲାଗି ରାଜ୍ୟ ସରକାର ଆଣିଛନ୍ତି ସ୍ବତନ୍ତ୍ର ପ୍ୟାକେଜ । କରୋନା କ୍ଷତିଗ୍ରସ୍ତ ଗ୍ରାମାଞ୍ଚଳର ଜୀବନ ଜୀବିକା ବିକାଶ ପାଇଁ କୋଭିଡ-୧୯ ସହାୟତା ପ୍ୟାକେଜ କ୍ୟାପ୍ କୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅତିଗରିବ ପରିବାର ଓ ପ୍ରବାସୀ ଶ୍ରମିକଙ୍କ ଲାଗି ଏହି ସ୍ବତନ୍ତ୍ର ଯୋଜନା କରାଯାଇଛି ।ସେହିପରି ଭିନ୍ନକ୍ଷମ, ବିଧବା ଏବଂ ତୃତୀୟଲିଙ୍ଗଙ୍କ ପାଇଁ ସହାୟତା ବ୍ୟବସ୍ଥା ରହିଛି । ପ୍ୟାକେଜ ରେ ୨ ପ୍ରତିଶତରୁ ୭ ପ୍ରତିଶତ ସୁଧ ହାରରେ ୨୦ ହଜାରରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବେ ରାଜ୍ୟ ସରକାର ।ଓଡିଶା ଜୀବିକା ମିଶନ ଅଧିନରେ ୪ ପ୍ରକାର ପ୍ୟାକେଜ ହୋଇଛି ।

ଏହି ପ୍ୟାକେଜରେ ଋଣ ପାଇବାକୁ  କିଛି ବନ୍ଧକ କି ଗ୍ୟାରେଣ୍ଟି ଦେବାକୁ ପଡିବନ ନାହିଁ ।ଋଣ ଲାଗି ୬ ମାସ ମୋରାଟରିୟମ ଅବଧି ରହିବ । ଜିଲ୍ଲା ସ୍ତରରେ ଏକ କମିଟି ଆବେଦନର ବିଚାର କରି ପ୍ୟାକେଜ ଦେବାର ବ୍ୟବସ୍ଥା କରିବେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ପ୍ୟାକେଜ କାର୍ଯ୍ୟକାରୀ କରାଯିବ । ସେପଟେ ସରକାରଙ୍କ ଏହି ପ୍ୟାକେଜକୁ ସମାଲୋଚନା କରିଛନ୍ତି ବିରୋଧୀ । ଏପଟେ ପ୍ରବାସୀ ଶ୍ରମିକ ସ୍କିଲ ମ୍ୟାପିଙ୍ଗ  ଓ  ୫ ଶହ କୋଟିର  କର୍ପସ ଫଣ୍ଡ କୁଆଡେ ଗଲା ବୋଲି ବିଜେପି ପ୍ରଶ୍ନ କରିଛି । କଂଗ୍ରେସ କହିଛି ଏହା କେବଳ ଘୋଷଣା ସର୍ବସ୍ବ ।

ଏହି ସ୍ବତନ୍ତ୍ର ପ୍ୟାକେଜ ଘୋଷଣାର ୬ମାସ ପର୍ଯ୍ୟନ୍ତ ବୈଧ ରହିବ। ଏହି ବାବଦରେ ଆଞ୍ଚଳିକ ମଞ୍ଚ, ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପାଖରେ ମହଜୁଦ ଥିବା ଆନୁମାନିକ ୨୦୦କୋଟି ଟଙ୍କା ଖର୍ଚ୍ଚ କରାଯିବାର ଲକ୍ଷ୍ୟ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.