ଭୁବନେଶ୍ବରରେ କୋଭିଡ୍ ଗାଇଡ୍ ଲାଇନ୍, କ’ଣ ଖୋଲିବ, କ’ଣ ବନ୍ଦ… ବିଏମ୍ସି କମିଶନର ଏବଂ ସିପି ଜାରି କଲେ ନିର୍ଦ୍ଦେଶ
30/04/2020 at 9:16 PM

ଭୁବନେଶ୍ବର୩୦/୪: ଭୁବନେଶ୍ବର ପାଇଁ ନୂଆ ଗାଇଡଲାଇନ୍। ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା। ଗାଇଡଲାଇନ୍ ନେଇ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ବିଏମ୍ସି କମିଶନର। ଦୁଇଜଣଙ୍କ ମଧ୍ୟରେ କଥା ହେବା ସୟମରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦେବେ। ଦୋକାନ ମାଲିକମାନେ ନିଖ ପାଖରେ ଥିବା ଦୋକାନ ମାଲିକଙ୍କ ସହ ସାମାଜିତା ଦୂରତା ରକ୍ଷା କରିବେ। ଗ୍ରାହକମାନେ ମଧ୍ୟ ଦୋକାନରେ ଜନିଷପତ୍ର କଣିବା ସମୟରେ ସାମାଜିକା ଦୂରତା ଅବଲମ୍ବନ କରିବେ। ଯଦି ଗ୍ରାହକମାନେ ଦୋକାନ ମାଲିକଙ୍କ କଥା ନ ମାନନ୍ତି ତେବେ ତୁରନ୍ତ ପୋଲିସ୍ଙ୍କ ଖବର କରିବେ ଦୋକାନ ମାଲିକ। ଯଦି ଦୋକାନ ମାଲିକମାନେ ଏପରି ନ କରନ୍ତି ତେବେ ଗ୍ରାହକ ସହ ଦୋକାନ ମାଲିକମାନେ ମଧ୍ୟ ସମାନ ପରିମାଣରେ ଦାୟୀ ରହିବେ। କଣ ରହିଛି ନୂଆ ଗାଇଡ୍ ପଢ଼ନ୍ତୁ।

ସେହିପରି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ନୂଆ କଟକଣା ଜାରି କରିଛନ୍ତି। ମାସ୍କ ନ ପିନ୍ଧିବା ଗ୍ରାହକଙ୍କୁ ଦୋକାନ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ପ୍ରତ୍ୟେକ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ହାତ ଧୋଇବା ପାଇଁ ସାନିଟାଇଜରର ବ୍ୟବସ୍ଥା କରିବେ। ପଢ଼ନ୍ତୁ ସିପିଙ୍କ ଜାରି କରିଥିବା କଟକଣା…
