ଜେଇଇ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲ୍‌ରେ ବସିବା ପାଇଁ ଦରକାର କୋଭିଡ୍-୧୯ ଅଣ୍ଡରଟେକିଂ

Published By : Prameya-News7 Bureau | August 21, 2020 IST

ନୂଆଦିଲ୍ଲୀ,୨୧।୦୮: କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ପରିଚାଳିତ ଜେଇଇଓ  ଏନଇଇଟି, ପରୀକ୍ଷା । ଏନେଇ ସୋମବାର ଗତ ଅଗଷ୍ଟ ୧୭ରେ  ଗାଇଡଲାଇନ୍ ଜାରୀ କରିଥିଲା।  ପରୀକ୍ଷାର୍ଥୀଙ୍କୁ ସମସ୍ତ ଗାଇଡଲାଇନ୍ ପାଳନ କରିବାକୁ ପଡିବ। ଆଡମିଟ୍ କାର୍ଡ ସହିତ କୋଭିଡ୍-୧୯ ଅଣ୍ଡରଟେକିଂ ଦେବାକୁ ପଡିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

 ଜେଇଇ ମେନ୍ ୧ରୁ ୬ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ବେଳେ, ​‌ଜେଇଇ ଆଡଭାନ୍ସ​‌ ୨୭ ସେପ୍ଟେମ୍ବର ଓ ୧୩ ସେପ୍ଟେମ୍ବରରେ ଏନଇଇଟି (UG) ୨୦୨୦ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଏନଟିଏ ବିଭିନ୍ନ ରାଜ୍ୟକୁ ନୋଟିସ୍ କରିଛି ଯେ, ଆଡମିଟ୍ କାର୍ଡ ୪ ପୃଷ୍ଠାର ହେବ। ଯେଉଁଥିରେ ପେଜ୍ ୨ରେ ଦିଆଯାଇଥିବା ଗାଇଡଲାଇନ୍ ଓ ପେଜ୍ ୩-୪ରେ କୋଭିଡ୍-୧୯ ସମ୍ପର୍କୀତ ପରାମର୍ଶ ପରୀକ୍ଷାର୍ଥୀଙ୍କ ପାଇଁ ରହିବ। ପରୀକ୍ଷାର୍ଥୀ ସମସ୍ତ ୪ ପୃଷ୍ଠାକୁ ଡାଉନଲୋଡ୍ କରି କୋଭିଡ୍-୧୯ ସମ୍ପର୍କିତ ବର୍ତ୍ତମାନର ସ୍ଥିତି ନେଇ ଭଲ ଭାବରେ ଏହାକୁ ପଢିବେ। ଏଥିରେ ଥିବା ଗାଇଡଲାଇନକୁ ପଢିବା ପରେ ତାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀ ନିଜର ଫଟୋ ସହିତ ସେଲଫ୍ ଡିକ୍ଲାରେସନ୍ ଦାଖଲ କରିବେ। ଏହା ସହିତ ସେମାନଙ୍କ କୋଭିଡ୍-୧୯ ଟେଷ୍ଟ ନେଗେଟିଭ ଆସିଛି ଓ ଜ୍ବର, ଶୁଖିଲା କାଶ କିମ୍ବା ନିଶ୍ବାସ ନେବାରେ ଗତ କିଛି ଦିନ ଧରି ସମସ୍ୟା ଥିବା ନେଇ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ ବୋଲି ଅଣ୍ଡରଟେକିଂ ଦେବେ।  ପରୀକ୍ଷାର୍ଥୀଙ୍କୁ ଅଣ୍ଡରଟେକିଂ  ଦେବା ସହ ପରୀକ୍ଷାକେନ୍ଦ୍ରର ଅଧିକାରୀଙ୍କ ଆଗରେ ନିଜେ ଦସ୍ତଖତ କରିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.