ରାଜ୍ୟରେ ୧୦ କରୋନା ସଂକ୍ରମିତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି
19/08/2020 at 11:32 AM

ଭୁବନେଶ୍ବର ୧୯।୮: ରାଜ୍ୟରେ ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ସ୍ଥିତି । ୨୪ ଘଣ୍ଟା ମଧ୍ୟରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ, ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ବରଗଡ ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଭଦ୍ରକ ଜିଲ୍ଲାର ଜଣେ ୩୦ ବର୍ଷ ବୟସ୍କା ମହିଳା ଯିଏ କ୍ରୋନିକ୍ କିଡନୀ ରୋଗରେ ପୀଡିତ ଥିଲେ । ଭୁବନେଶ୍ବରର ଜଣେ ୩୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ଭୁବନେଶ୍ବରର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଗଞ୍ଜାମ ଜିଲ୍ଲାର ଜଣେ ୭୩ ବର୍ଷ ବୟସ୍କା ମହିଳା, ଜଣେ ୫୮ ବର୍ଷ ବୟସ୍କ ପୁରୁଷ, ଜଣେ ୫୦ ବର୍ଷ ବୟସ୍କ ପୁରୁଷ, ଜଣେ ୪୨ ବର୍ଷ ବୟସ୍କ ପୁରୁଷ । ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ କରୋନାରୀ ଧମନୀ ରୋଗରେ ପୀଡିତ ଥିଲେ । ଅନ୍ୟ ଜଣେ ୫୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ।
Regret to inform the demise of Ten #COVID19 positive patients while under treatment in hospitals.
— H & FW Dept Odisha (@HFWOdisha) August 19, 2020
1. A 46-year old male of Bargarh district who was also suffering from Diabetes, Hypertension.
2. A 30-year old female of Bhadrak district who was also suffering from Chronic Kidney Disease.
— H & FW Dept Odisha (@HFWOdisha) August 19, 2020
3. A 32-year old male of Bhubaneswar who was also suffering from Diabetes, Hypertension.
4. An 80-year old male of Bhubaneswar who was also suffering from Hypertension.
5. A 73-year old female of Ganjam district .
— H & FW Dept Odisha (@HFWOdisha) August 19, 2020
6. A 58-year old male of Ganjam district.
7. A 50-year old male of Ganjam district.
8. A 42-year old male of Ganjam district.
9. A 55-year old male of Sundergarh district who was also suffering from Coronary Artery Disease.
10. A 55-year old female of Sundergarh district who was also suffering from Diabetes, Hypertension.
— H & FW Dept Odisha (@HFWOdisha) August 19, 2020
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୧୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୧୩୮୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୫୩୧୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୩୭୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୦୬୨୪୬୯ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।